ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩,୭୭୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୯୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧,୫୮୬ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୮୯୪ । କରୋନାରୁ ସୁସ୍ଥ ହେଲେଣି ୧,୧୨, ୦୬୨ ଏବଂ ଆକ୍ଟିଭ୍ କେସ୍ ରହିଛି ୩୪, ୧୬୩ । ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୬୮, କେନ୍ଦ୍ରାପଡା-୧୪୮, ଜଗତସିଂହପୁର-୧୦୦, ନବରଙ୍ଗପୁର-୧୦୭, ସମ୍ବଲପୁର-୧୧୨, ସୁନ୍ଦରଗଡ-୧୪୮, ଅନୁଗୁଳ-୧୧୫, ବାଲେଶ୍ୱର-୧୨୭,ବରଗଡ-୧୩୯, ଭଦ୍ରକ-୬୭, ବଲାଙ୍ଗୀର-୫୧, ବୌଦ୍ଧ-୨୬, ଦେଓଗଡ-୧୪, ଢେଙ୍କାନାଳ-୬୭, ଗଜପତି-୧୩, ଗଞ୍ଜାମ-୫୮, ଯାଜପୁର-୧୩୩, ଝାରସୁଗୁଡା-୭୦, କଳାହାଣ୍ଡି-୭୦, କନ୍ଧମାଳ-୪୯, କେନ୍ଦୁଝର-୭୮, କୋରାପୁଟ-୯୮, ମାଲକାନଗିରି-୨୬, ମୟୂରଭଞ୍ଜ–୫୮, ନୟାଗଡ-୭୧, ନୂଆପଡା-୭୩, ପୁରୀ-୨୩୭, ରାୟଗଡା-୭୫, ସୋନପୁରରୁ ୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ସେହିପରି କରୋନାରେ ଆଜି ୧୧ ଜଣଙ୍କର ମୃତ୍ୟୁ ହୋଇଛି । କଟକରୁ ୩ , ଖୋର୍ଦ୍ଧାରୁ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କନ୍ଧମାଳ, ବଲାଙ୍ଗୀର , ଯାଜପୁର, କେନ୍ଦୁଝର, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୬୧୬ ।

LEAVE A REPLY

Please enter your comment!
Please enter your name here