ଓଡ଼ିଶା ଗର୍ବ ଓ ଗୌରବ ଅନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡିଶା ପାଇଁ ପୁଣୀ ଏକ ସମ୍ମାନ ଆଣିଦେଇଛନ୍ତିା । ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ ଆୱାର୍ଡ ସମ୍ମାନ । ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ବାଲୁକା କଳାର ପଦର୍ଶନ କରିଥିଲେ । ସୁଦର୍ଶନ ତିନି ଦିନମଧ୍ୟରେ ସେଭ୍ ଓସେନର ଏକ ବାଲୁକା କଳା ମାଧ୍ୟମରେ ସାମାଜିକ ବର୍ତ୍ତା ଦେଇଥିଲେ । ଆମେରିକାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ନିଜ ବାଲୁକାକଳା ମାଧ୍ୟମରେ ସମସ୍ତଙ୍କ ମନ ମୋହିପାରିଛନ୍ତି । ଏହି ଚାମ୍ପିଅନସିପରେ ମୋଟ୍ ୧୫ ଟି ଦେଶ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ସୁଦର୍ଶନ ହାତେଇନେଇଥିଲେ ଟାଇଟଲ୍ ।ଚାମ୍ପିଅନସିପରେ ବେଲଜିୟମ୍କୁ ସ୍କଲପଟର ଚଏସ ଏବଂ କାନାଡାକୁ ଜୁରି ଚଏସ୍ ସମ୍ମାନ ମିଳିଛି । ଏହି ଚାମ୍ପିଅନସିପରେ ସୁଦର୍ଶନ ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ବାଲୁକା କଳା ନିର୍ମାଣ କରି ସେଭ୍ ଓସନର ବାର୍ତ୍ତା ଦେଇଥିଲୋ ଯାହା ପିପୁଲସ ଚଏସ ଆୱାର୍ଡ ହାସଲ କରିଥିଲା

LEAVE A REPLY

Please enter your comment!
Please enter your name here