ଆଜି ଠାରୁ ମାଓସଂଗଠନ ପାଳନ କରୁଛି ସହିଦ ସପ୍ତାହ । ରାୟଗଡା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି . ନିୟମଗିିରି ଅଂଚଳରେ ଲାଲ ସଂଗଠନର ଦବଦବା ରହିଥିବାରୁ କଲ୍ୟାଣସିଂହପୁର,ବିଷମକଟକ ଓ ମୁନିଗୁଡା ଅଂଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଗୁଇନ୍ଦା ରିପୋର୍ଟର ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ରାୟଗଡା ଜିଲ୍ଲାକୁ ପ୍ରବେଶ କରୁଥିବା ବିଭିନ୍ନ ସ୍ଥାନରେ, ପୋଲିସ ଯାନବାହନ ଯାଞ୍ଚ କରୁଛି । କିଛି ଦିନ ତଳେ ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ମାଓବାଦୀ ମାନେ ଦୁଇଜଣକୁ ହତ୍ୟା କରିଥିଲେ । ରାୟଗଡା ଜିଲ୍ଲାରେ ଏହାର ପୁନରାବୃତି ହେବା ସମ୍ଭାବନା ରହିଛି । କିଛି ଅପ୍ରିତିକିକର ପରିସ୍ଥିତି ସୃଷ୍ଟି ହେବା ଆଗରୁ ପୋଲିସ ସତର୍କ ରହିଛି । ଅନ୍ୟପଟେ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଓଏସ୍ଆରଟିସି ପକ୍ଷରୁ ସରକାରୀ ବସ ଚଳାଚଳ ବନ୍ଦ କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିବ ବୋଲି ଓଡିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବସ ଚଳାଚଳ ବନ୍ଦ ହେବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here