ଦେଶର ସର୍ବବୃହତ କଫି ଷ୍ଟୋର କାଫେ କଫି ଡେ ର ପ୍ରତିଷ୍ଠାତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଏମ୍ କ୍ରୀଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥଙ୍କୁ ଖୋଜୁଛନ୍ତି ପୁଲିସ୍ । କାରଣ ସିଦ୍ଧାର୍ଥ ଗତ କାଲି ଠାରୁ ନିଖୋଜ ଅଛନ୍ତି ।  ୬୦ ବର୍ଷୀୟ ସିଦ୍ଧାର୍ଥ ଗତକାଲି ରାତିରେ ଘରକୁ ଫେରିବା ସମୟରେ ହିଁ ନିଖୋଜ ଅଛନ୍ତି ।  ଗତକାଲି ସିଦ୍ଧାର୍ଥ ଘରକୁ ଫେରିବା ସମୟରେ  ତାଙ୍କ ଡ୍ରାଇଭରଙ୍କୁ ମେଙ୍ଗାଲୁରୁର  ନେତ୍ରାବତୀ ନଦୀ ଉପରେ ଗାଡି ଅଟକାଇବାକୁ କହିଥିଲେ । ଏହା ପରେ ସିଦ୍ଧାର୍ଥ ଫୋନ୍ ରେ କଥା ହୋଇ ପୋଲ ତଳକୁ ଯାଇଥିଲେ  । ଫେରିବାରେ ବିଳମ୍ବ କରିବାରୁ ଡ୍ରାଇଭର ଖୋଜିଥିଲେ । କିନ୍ତୁ ସିଦ୍ଧାର୍ଥଙ୍କୁ ସେହି ସ୍ଥାନରେ ପାଇନଥିଲେ । ଏହାପରେ ପୁଲିସକୁ ସୂଚନା ଦିଆଯାଇଥିଲା । କାର ଚାଳକଙ୍କ ବୟାନ ଅନୁଯାଇ  ପୁଲିିସ୍ ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ୨୦୦ କର୍ମଚାରୀ ଏବଂ ୨୫ ଜଣ ବୁଡାଳିଙ୍କୁ ନେଇ ତଲାସି ଚଳାଇଛି । କିନ୍ତୁ ପୁଲସକୁ ସିଦ୍ଧାର୍ଥଙ୍କ ପିତ୍ତା ମିଳି ନାହିଁ । ଏଠାରେ ସୂଚନାଯୋଗ୍ୟ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଏମ୍ କ୍ରୀଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ କାଫେ କଫି ଡେ ର ପ୍ରତିଷ୍ଠା କରିବାପାଇଁ  ସାତ ହଜାର କୋଟି ଟଙ୍କା ଋଣ କରିଥିଲେ । ସେହି ଟଙ୍କା ସୁଝି ନ ପାରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି ।

LEAVE A REPLY

Please enter your comment!
Please enter your name here