ଟେଲିଫୋନ ବଜାରରେ କରୋନା ମାଡ । ବଜାରରୁ ଚାଇନା ଜିନିଷ ହଟିବା ପରେ ଏବେ ମୋବାଇଲ୍ ବଜାରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଉ ଏଣିକି ମୋବାଇଲ୍ ସହ ଚାର୍ଜର ଆସିବ ନାହିଁ , ନୂଆ ମୋବାଇଲ୍ କିଣିଲେ ତା ସହ ଚାର୍ଜର ପାଇଁ ଦେବାକୁ ପଡିବ ଅଧିକ ପଇସା । ସ୍ମାର୍ଟଫୋନ୍ ବକ୍ସରେ ଏଣିକି ଆଉ ଚାର୍ଜର ନଦେବାକୁ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରେ ସାମ୍‌ସଙ୍ଗ୍ କମ୍ପାନୀ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ ଆସନ୍ତା ବର୍ଷ ଠାରୁ ମୋବାଇଲ୍ କମ୍ପାନୀମାନେ ସ୍ମାର୍ଟଫୋନ୍‌ରେ ଚାର୍ଜର ନଦେବା ଲାଗି ଯୋଜନା କରୁଛନ୍ତି । ତେବେ ଆଗରୁ ମାର୍କେଟ୍‌ରେ ଯେଉଁ ସବୁ ମୋବାଇଲ୍ ଆସୁଥିଲା ସେଥିରେ ଚାର୍ଜର କମ୍ବୋ ଆସୁଥିବା ବେଳେ ଏବେ ଏହି ସେବା ଉପଭୋକ୍ତା ମାନଙ୍କୁ ଆଉ ମିଳିବ ନାହିଁ ।

LEAVE A REPLY

Please enter your comment!
Please enter your name here