ଶେଷ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ । ତେବେ ସହିଦ ସପ୍ତାହ ପାଳନର ଶେଷ ଦିନରେ ଦେଖିବାକୁ ମିଳିଛି ପୁଣି ମାଓ ପୋଷ୍ଟର । ରାୟଗଡା ଜିଲ୍ଲାର ଆରିସାକାନି ବିଶ୍ରାମଗୃହରେ ଦେଖିବାକୁ ମିଳିଛି ଏହି ପୋଷ୍ଟର । ସହିଦ ମାନଙ୍କ ବଳୀଦାନ କେବେ ବ୍ୟର୍ଥ ନଯାଉ, ତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଜନଯୁଦ୍ଧରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ଏହି ପୋଷ୍ଟରରେ । ସହିଦ ସୁରେଶ ଅମର ରହେ ଉଲ୍ଲେଖ କରିବା ସହିତ ସିପିଆଇ ମାଓବାଦୀ ତରଫରୁ ଏହି ପୋଷ୍ଟର ଲଗାଯାଇଛି ବୋଲି ଉଲ୍ଲେଖ କରାଯାଇଛି । ଶହୀଦ ସପ୍ତାହରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଆରପିଏଫ ଓ ଏସଏଜି ତରଫରୁ କୁମ୍ବିଂ ଅପରେସନ ଜୋରସୋର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here