ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୨୧୯ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୩୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୮୮ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୯ ହଜାର ୭୮୦କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହେଲେଣି ୮୦,୭୭୦ ଏବଂ ଆକ୍ଟିଭ୍ କେସ୍ ରହିଛି ୨୮,୪୪୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୪୦୦, ପୁରୀ-୨୧୭, ବାଲେଶ୍ୱର-୧୯୪, ବରଗଡ-୧୮୫, ଗଞ୍ଜାମ-୧୬୯, ମୟୂରଭଞ୍ଜ-୧୩୭, ଯାଜପୁର-୧୧୭, କେନ୍ଦୁଝର-୧୦୨,କୋରାପୁଟ-୯୦, ଭଦ୍ରକ-୮୭, ସମ୍ବଲପୁର-୭୮, ଜଗତସିଂହପୁର ଓ ଝାରସୁଗୁଡାରୁ ୬୦ ଲେଖା,ଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ୧୧ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୧୪କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧାରୁ ୨, ବାଲେଶ୍ୱର ଓ ଭଦ୍ରକରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଜଗତସିଂହପୁର, ପୁରୀ, ରାୟଗଡା, ସମ୍ବଲପୁରରୁ ଜଣେ ଲେଖାଏଁ ମୃତ ।

LEAVE A REPLY

Please enter your comment!
Please enter your name here