ରାଜ୍ୟ ପୋଲିସ ବିଭାଗର ନୂଆ ମୁଖ୍ୟଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଦ୍ଧିବଧଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ଯେ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ, ତେଣୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରଖିବା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିଛି । ଏହା ସହିତ ମାଓବାଦୀ ଦମନ ଦ୍ୱାରା ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି । ପୋଲିସ ଷ୍ଟେସନ ହେଉଛି ପୋଲିସର ପ୍ରାଣବିନ୍ଦୁ । ଆଗାମୀ ଦିନରେ ଥାନାର ସ୍ୱଚ୍ଛତା ଆଣିବା ଲକ୍ଷ୍ୟ । ଏହା ସହିତ ଥାନା ଭିତ୍ତିଭୂମି ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ଏହା ସହିତ ନାରୀ ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହେବ । ଲୋକମାନଙ୍କ ସହିତ ପୋଲିସ ଯୋଡ଼ି ହୋଇ ରହିବା ଉଚିତ । ତାହା ହେଲେ ଯାଇ ଲୋକ ପୋଲିସକୁ ଗ୍ରହଣ କରିବେ । ନିକଟରେ ଲୋକାୟୁକ୍ତ ସଦସ୍ୟ ଭାବେ ଆର.ପି ଶର୍ମାଙ୍କ ନାଁକୁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କୁ ସୁପାରିସ କରିଥିଲେ । ରାଜ୍ୟପାଳ ଅନୁମୋଦନ ଦେବା ପରେ ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି । ଆର.ପି ଶର୍ମା ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here