ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଭୂସ୍ଖଳନ ହୋଇଛି। ସିନ୍ଦୁରାଘାଟି ପଞ୍ଚାୟତ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟରେ ଥିବା ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଖସିଛି। ଫଳରେ ପାହାଡ଼ ତଳେ ଥିବା ଚାଷ ଜମି ଗୁଡ଼ିକରେ ମାଟି ଅତଡ଼ା ଓ ପଥର ଖଣ୍ଡ ମାଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ବ୍ଲକର ଶହ ଶହ ଗାଁ ପ୍ରଭାବିତ ହୋଇଛି । ଜଳସ୍ତର ଆସ୍ତେ ଆସ୍ତେ ଖସୁଥିଲେ ମଧ୍ୟ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here