ରିଲିଆନ୍ସ ଇଣ୍ଡଷ୍ଟ୍ରି ଦେଶର ସବୁଠାରୁ ବଡ କମ୍ପାନୀ । ଜିଓ କଥା ଆପଣମାନେ ସମସ୍ତେ ଜାଣିଛନ୍ତି । ଘରେ ଘରେ ପରିଚିତି ଲାଭ କରିଛି ଜିଓ । ଗ୍ରାହକଙ୍କ ସଂଖ୍ୟା ବର୍ତ୍ତମାନ ୩୪ କୋଟିରେ ପହଁଞ୍ଚି ସାରିଛି । ଏଥିରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି ରିଲିଆନ୍ସ ଇଣ୍ଡିଆ ଲିମିଟେଡର ଲୋକପ୍ରିୟତା । ଦେଶର ସବୁଠୁ ଅଧିକ ଲାଭ କରୁଥିବା ଏବଂ ଜିଏସଟି ଦେଉଥିବା କମ୍ପାନୀ ମଧ୍ୟରେ ଆଗରେ ରହିଛି ରିଲିଆନ୍ସ । ଜିଓ ହେଉଛି ଦେଶର ସର୍ବବୃହତ୍ତ ଏବଂ ବିଶ୍ୱର ଦ୍ବିତୀୟ ବୃହତ୍ତ ମୋବାଇଲ ନେଟୱାର୍କ । ପ୍ରତି ମାସରେ ୧ କୋଟି ଗ୍ରାହକଙ୍କୁ ଜିଣିବାରେ ସକ୍ଷମ ହୋଇଥିବା ଏହି କଂପାନୀର ୪୨ ତମ ବାର୍ଷିକ ସାଧାରଣ ବୈଠକରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବଡ ଘୋଷଣା କରିଛନ୍ତି । ଗ୍ରାହକଙ୍କୁ ମାତ୍ର ୭ଶହ ଟଙ୍କାରେ ମିଳିବ ଜିଓ ଗିଗା ଫାଇବର । ଏହାଦ୍ୱାରା ଗ୍ରାହକଙ୍କୁ ବ୍ରଡ ବ୍ୟାଣ୍ଡ ସମେତ ଅନେକ ସୁବିଧା ମିଳିବ । ମଲ୍ଟି ପାର୍ଟି ଭିଡିଓ କନଫରେନ୍ସିଂ ଓ ଅନ୍ୟାନ୍ୟ ସୁବିଧା ମିଳିପାରିବ । ଗିଗାଫାଇବରରେ ମିଳିବ ମାଗଣା ଭଏସ କଲ ସୁବିଧା । ବ୍ରଡବ୍ୟାଣ୍ଡ ସେବାରୁ ଯେକୌଣସି ନେଟୱର୍କକୁ ଭଏସ କଲିଂ ସୁବିଧା । ବାର୍ଷିକ ଅବଧିରେ ମାଗଣାରେ ମିଳିବ ଏଲଇଡି ଟିଭି । ଆସନ୍ତା ସେପ୍ଟେମ୍ବର ୫ରେ ବଜାରରେ ଏହା ଉପଲବ୍ଧ ହେବ । ମାସିକ ୭ ଶହରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଗିଗା ଫାଇବରର ବିଭିନ୍ନ ପ୍ଲାନ ରହିଛି । ଦେଶର ୧୬୦୦ ସହରରେ ଏହି ସୁବିଧା ଉପଲବ୍ଧ ହେବ । ଗିଗା ଫାଇବର କନେକ୍ସନ ନେଉଥିବା ଗ୍ରାହକଙ୍କୁ ହାଇସ୍ପିଡ ବ୍ରଡବ୍ୟାଣ୍ଡ ସହିତ ଲ୍ୟାଣ୍ଡ ଲାଇନ କଲିଂ ସୁବିଧା ପାଇପାରିବେ । ସେହିପରି ଗିଗା ଫାଇବରରେ ନୂଆ ଫିଲ୍ମ ରିଲିଜ୍ ହେବ । ଏବଂ ଏଥିରେ ୟୁଜର୍ସ ଫାଷ୍ଟ ସୋ ଦେଖିପାରିବେ ।

LEAVE A REPLY

Please enter your comment!
Please enter your name here