ଶ୍ରୀମନ୍ଦିର ଚୂଲିଭଙ୍ଗା ଘଟଣାରେ ପୁରୀ ପୋଲିସ ଗତକାଲି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ଜେ. ମହାପାତ୍ର । ଘର ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ । ପୁରୀ ଏସପି କନଓ୍ବର ବିଶାଲ ସିଂ ଦେଇଥିବା ସୂଚନା ଅନୁଯାୟୀ, ଜେ. ମହାପାତ୍ର ଘଟଣା ଦିନ ପୁରୀ ଯାଇଥିଲେ ଏବଂ ଶ୍ରୀମନ୍ଦିର ବୁଲାବୁଲି କରିଥିଲେ । ଶ୍ରୀମନ୍ଦିର ବୁଲାବୁଲି କରିବା ଭିତରେ ସେ ରୋଷଘର ଭିତରକୁ ଯାଇଥିଲେ । ତାଙ୍କୁ କିଛି ଭଲ ଲାଗିଲାନି ଏବଂ ଚୂଲି ଭାଙ୍ଗି ଦେଇଥିଲେ ।
ଏତେଗୁଡେ ଚୂଲି ସେ କେମିତି ଏକା ଭାଙ୍ଗିଲେ ବୋଲି ପୋଲିସ ଜେରା କରିଥିଲେ ହେଁ ମହାପାତ୍ରେ ନିଜେ ଭାଙ୍ଗିଛନ୍ତି ବୋଲି କହିଛନ୍ତି । ଚୂଲା ଭାଙ୍ଗିବା ପରେ ସେ ସମୁଦ୍ରକୂଳ ଆଡେ ବୁଲାବୁଲି କରିଥିଲେ । ପରେ ଟ୍ରେନ ଯୋଗେ ସେ ପୁରୀ ଛାଡିଥିଲେ ।
ଆଜି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ । ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ୍ କରିବ ।
ତେବେ ଶ୍ରୀମନ୍ଦିର ଭିତରେ କଡା ପୋଲିସ କଟକଣା ସତ୍ତ୍ବେ ରୋଷଘର ଭିତରକୁ ଅଭିଯୁକ୍ତ କେମିତି ପଶିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here