ଦୁଇ ଦିନ ହେବ ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ମୈାସୁମୀ ସକ୍ରିୟ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୫୫୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ଆଗରୁ ଏଭଳି ବର୍ଷା କେବେ ବଲାଙ୍ଗୀରରେ ହୋଇନଥିଲା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଫଳରେ ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୩.୪ପ୍ରତିଶତ ବର୍ଷା ରେକର୍ଡ଼ ହୋଇଥିବା ବେଳେ ୧୭ଟି ବ୍ଲକରେ ୧୦୦ରୁ ୨୦୦ମିମି ବର୍ଷା ରେକର୍ଡ଼ ହୋଇଛି । ୧୯ଟି ବ୍ଲକର ୧୪୨ଟି ଗାଁର ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାପରିସ୍ଥିତିରୁ ୫୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ୧୨୪ଟି ରିଲିଫ କେନ୍ଦ୍ରରେ ରଖାଯାଇଛି । ବର୍ଷା କାରଣରୁ ପଶ୍ଚିମ ଓଡ଼ିଶାରେ ରେଳ ସେବା ପ୍ରଭାବିତ ହୋଇଛି । ଏଥିରେ କୈାଣସି ମୃତାହତ ନଥିବା ଜଣାପଡ଼ିଛି । ବନ୍ୟା ପ୍ରଭାବିତ ଅଂଚଳରେ ୧୫ଟି ଓଡ୍ରାଫ ଟିମ ,୩ଟି ଏନଡିଆରଏଫ ଟିମ , ଅଗ୍ନିଶମ ବାହିନୀ ମୁତୟନ ଅଛଝନ୍ତି । ଚଳିତ ଥର ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ଘଣ୍ଟାରେ ବଲାଙ୍ଗୀରରେ ୫୫୫ ମିମି ବର୍ଷା ରେକର୍ଡ଼ କରାଯାଇଛି ବୋଲି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here