ଚଳିତ ବର୍ଷ ଘୋଷଣା କରାଯାଇଛି ପୋଲିସ ପଦକ । ଏହି ପଦକରେ ଓଡ଼ିଶାର ମୋଟ ୨୩ଜଣ ପୋଲିସ କର୍ମଚାରୀ ପୋଲିସ ସାହାସିକତା ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତାକାଲି ୭୩ତମ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ଅବସରରେ ପୋଲିସ ପଦକ ତାଲିକା ଘୋଷଣା କରାଯାଇଛି । ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ୧୧ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ । କ୍ରାଇମବ୍ରାଞ୍ଚ ଡିଏସପି ପ୍ରମୋଦ ରଥଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସେହିପରି ଭିଜିଲାନ୍ସ ଏଏସଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ । ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣା ଏବଂ ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ କୁମାର ଜେନା, ଏନ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ପଦ ମିଳିବ । ଚଳିତ ବର୍ଷ ୫୬ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ସେବା କ୍ଷେତ୍ରରେ ପୁରସ୍କୃତ କରାଯିବ । ଏଥିମଧ୍ୟରୁ ବୀରତା ପାଇଁ ଜଣଙ୍କୁ, ବିଶେଷ ସେବା ପାଇଁ ୮ ଜଣଙ୍କୁ ଏବଂ ପ୍ରଶଂସନୀୟ ସେବା ପାଇଁ ୪୭ ଜଣଙ୍କୁ ପୁରସ୍କୃତ କରାଯିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ୪୪ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ବିଶେଷ ସେବା ପାଇଁ ୮ ଜଣ ଏବଂ ପ୍ରଶଂସନୀୟ ସେବା ପାଇଁ ୩୬ ଜଣ ରାଷ୍ଟ୍ରପତିଙ୍କ ଠାରୁ ପଦକ ପାଇବେ ।

LEAVE A REPLY

Please enter your comment!
Please enter your name here