ବିଭିନ୍ନ ପଦବୀରେ ବିଜେଡି ନେତାଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧ୍ୟକ୍ଷଙ୍କ ତାଲିକାରେ ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦ ମିଳିଥିବା ବେଳେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନଶକ୍ତି ପରାମର୍ଶଦାତା ଓ କୃତିବାସ ପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତିକରଣ ପରାମର୍ଶଦାତା ଭାବେ ନିଯୁକ୍ତ ଦିଆଯାଇଛି । ଉତ୍କଳ କେଶରୀ ପରିଡା ହେଲେ ଚିଲିକା ଉନ୍ନୟନ ପ୍ରାଧୀକରଣ ପରାମର୍ଶଦାତା । ସେହିପରି ଦେବାଶିଷ ଘୋଷଙ୍କୁ ଓଏଫଡିସି ପରାମର୍ଶଦାତା, ସୁଲତା ଦେଓଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପରାମର୍ଶଦାତା, ଜନ୍ମେଜୟ ଲେଙ୍କାଙ୍କୁ ଓଡିଆ ଭାଷା ଓ ସଂସ୍କୃତି ବିଭାଗର ପରାମର୍ଶଦାତା, ରାମଚନ୍ଦ୍ର ପଣ୍ଡାଙ୍କୁ ଓଡିଶା କୃଷି ବିପଣନ ବୋର୍ଡ ପରାମର୍ଶଦାତା, ଦେବାଶିଷ ମହାନ୍ତିଙ୍କୁ ଓଡିଶା କୃଷିଶିଳ୍ପ ନିଗମ ଅଧ୍ୟକ୍ଷ. ଇଶ୍ବର ପାଣିଗ୍ରାହୀଙ୍କୁ ଓଡିଶା ବିହନ ନିଗମ ଅଧ୍ୟକ୍ଷ, ଲେନିନ ମହାନ୍ତିଙ୍କୁ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ସମ୍ପାଦକ, ସୁଜିତ କୁମାରଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପରାମର୍ଶଦାତା, ଅନୁଭବ ପଟ୍ଟନାୟକଙ୍କୁ ଆଇଟି ବିଭାଗ ପରାମର୍ଶଦାତା, ଆକାଶ ଦାସ ମୋ କଲେଜ ଅଧ୍ୟକ୍ଷ, ସୁସ୍ମିତା ବାଗଚି ମୋ ସ୍କୁଲ ଅଧ୍ୟକ୍ଷ, ବିନୟ ଟପ୍ପୋ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମିନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରେ ନିଯୁକ୍ତି ଦିଆଯାଇଛି । ସେହିପରି ଦିଲ୍ଲୀପ ତିର୍କୀଙ୍କୁ ହକି, କସ୍ତୁରୀ ମହାପାତ୍ର ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା, ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ ପଶ୍ଚିମ ଓଡିଶା ପରିଷଦ ସଦସ୍ୟ, ମାନସ ମାଡକାମୀଙ୍କୁ ମାଲକାନାଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ସୁଧୀର ଦାସଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରାମର୍ଶଦାତା, ସଞ୍ଜୀବ ପାଇକରାୟଙ୍କୁ ଓଡିଶା ଖଦି ବୋର୍ଡ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଦିଆଯାଇଛି ।
ଲେନିନ ମହାନ୍ତି-ସଂପାଦକ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ
ସୁଜିତ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ଅନୁଭବ ପଟ୍ଟନାୟକ- ଉପଦେଷ୍ଟା ଇଟି ଓ ଆଇଟି
କୃତିବାସ ପାତ୍ର- ଉପଦେଷ୍ଟା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ
ଉତ୍କଳ କେଶରୀ ପରିଡା- ଉପଦେଷ୍ଟା, ଚିଲିକା ଉନ୍ନୟନ ପରିଷଦ
ଦେବାଶିଷ ଘୋଷ- ଉପଦେଷ୍ଟା, ଓଡିଶା ବନ ଉନ୍ନୟନ ନିଗମ
ସୁଲତା ଦେଓ-ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ବିଭାଗ
ଜନ୍ମେଜୟ ଲେଙ୍କା-ଉପଦେଷ୍ଟା, ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ
ରାମଚନ୍ଦ୍ର ପଣ୍ଡା-ଉପଦେଷ୍ଟା, ରାଜ୍ୟ କୃଷି ବିପଣନ ବୋର୍ଡ
ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ
ଈଶ୍ୱର ପାଣିଗ୍ରାହୀ-ଅଧ୍ୟକ୍ଷ, ରାଜ୍ୟ ବିହନ ନିଗମ
ପ୍ରଭାତାଦିତ୍ୟ ମିଶ୍ର- ଅଧ୍ୟକ୍ଷ , ଆପିକଲ
ଅମରେନ୍ଦ୍ର ଦାସ-ଅଧ୍ୟକ୍ଷ, କାଜୁ ଉନ୍ନୟନ ନିଗମ
ଲୁଲୁ ଅମାତ- ଅଧ୍ୟକ୍ଷ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ
ଚିନ୍ମୟ ସାହୁ- ଅଧ୍ୟକ୍ଷ , କ୍ଷୁଦ୍ରଶିଳ୍ପ ନିଗମ
ଶ୍ରୀମୟୀ ମିଶ୍ର-ଅଧ୍ୟକ୍ଷ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ
ଅମରେଶ ପତ୍ରୀ- ଅଧ୍ୟକ୍ଷ, ରାଜ୍ୟ ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତି୍ରପାଠୀ- ଅଧ୍ୟକ୍ଷ , ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ
ବିଜୟ କୁମାର ନାୟକ- ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ
ପ୍ରିୟଦର୍ଶୀ ମିଶ୍ର- ଅଧକ୍ଷ୍ୟ, ଓଡିଶା ରାଜ୍ୟ ହାଉସିଂ ବୋର୍ଡ
ସୁବାସ ସିଂହ- ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ
ସଂଜୀବ ପାଇକରାୟ- ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ନିଗମ
ସୁଧୀର ଦାସ- ଅଧ୍ୟକ୍ଷ, ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ
ଦିଲୀପ ତିର୍କିି- ଅଧ୍ୟକ୍ଷ, ରାଜ୍ୟ ହକି ପ୍ରମୋସନ କାଉନସିଲ
ମାନସ ମାଡକାମୀ- ଅଧ୍ୟକ୍ଷ , ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ବିନୟ ଟପ୍ପୋ-ଅଧ୍ୟକ୍ଷ, ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ସୁସ୍ମିତା ବାଗଚି- ଅଧ୍ୟକ୍ଷ, ମୋ ସ୍କୁଲ
ଆକାଶ ଦାସ ନାୟକ-ଅଧକ୍ଷ୍ୟ, ମୋ କଲେଜ
ମିନତୀ ବେହେରା- ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା
କସ୍ତୁରୀ ମହାପାତ୍ର- ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା
ସୁଲୋଚନା ଦାସ- ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା
ଲୋପାମୁଦ୍ରା ବକ୍ସିପାତ୍ର- ମିଶନ ଶକ୍ତି ଉପଦେଷ୍ଟା

LEAVE A REPLY

Please enter your comment!
Please enter your name here