ପର୍ଯ୍ୟଟନ ସହର ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ୫ ଶହ କୋଟି ଟଙ୍କାରେ ସହରରେ ନୂଆ ରାସ୍ତା, ସେତୁ , ପାର୍କିଂ ପ୍ଲେସ କରାଯିବ । ମାଳତିପାଟପୁରରୁ ଜଗନ୍ନାଥବ୍ଲ୍ଭ ମଠକୁ ସଂଯୋଗ କରିବା ଲାଗି ୧୯୦ କୋଟି ଟଙ୍କା ବ୍ୟୟରେ ଶ୍ରୀ ସେତୁ ନିର୍ମାଣ ହେବ । ଜଗନ୍ନାଥବଲ୍ଳଭ ମଠରେ ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ । ଏହା ସହ ସେଠାରେ ୧୦ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର କରାଯିବ ।ଜଗନ୍ନାଥବଲ୍ଳଭ ମଠରେବହୁତଳ ପାର୍କିଂ ,ଧ୍ୟାନ କେନ୍ଦ୍ର ଓ ମାର୍କେଟ କଂପ୍ଲେକ୍ସ ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୂଷା ନଦୀର ପୁନରୁଦ୍ଧାର ହୋଇ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ । ମୂଷା ନଦୀରେ ରିଭର ଫ୍ରଣ୍ଟ ପର୍ଯ୍ୟଟନର ବିକାଶ କରାଯିବ । ମୂଷା ନଦୀର ପୁନରୁଦ୍ଧାର ଓ ପର୍ଯ୍ୟଟନ ପାଇଁ ୮୫କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହ ଅଠରନଳାର ସୈାନ୍ଦର୍ଯ୍ୟକରଣ କରାଯିବା ପାଇଁ ୫କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୀରେ ୨୮ଏକର ଜମିରେ ହ୍ରଦ ହେବା ପାଇଁ ୩୫କୋଟି ଟଙ୍କା ଖର୍ଚ୍ଚ କରାଯିବ । ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ହେବ । ଏହି ପୁନରୁଦ୍ଧାର କାର୍ୟ୍ୟ ୨ବର୍ଷ ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠର ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

LEAVE A REPLY

Please enter your comment!
Please enter your name here