ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ବିଦ୍ରୋହ ମୁଣ୍ଡ ଟେକିଥିବା ବେଳେ ହାତ ଟେକିଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସଫେଇ ଦେଇଛନ୍ତି, କାହା ଟିକେଟ କଟିବା ପାଇଁ ସେ ଦାୟୀ ନୁହଁନ୍ତି. କଂଗ୍ରେସରେ ତିନି ସେଣରେ ପ୍ରାର୍ଥୀ ଚୟନ ହୋଇଥାଏ ବୋଲି କହି ନିଜ ମୁଣ୍ଡରୁ ଅଠା ଛଡାଇବାକୁ ଚେଷ୍ଟା କରିଛନ୍ତି ସେ. ବରଂ କଂଗ୍ରେସ ଚଳିତ ଥର ୮୩ଟି ନୂଆଁ ମୁହଁ ଦେଇଛି ବୋଲି ନିରଞ୍ଜନ କହିଛନ୍ତି. ବାରମ୍ବାର ପ୍ରାର୍ଥୀ ବଦଳାଇବା, ପୁରୁଣା ନେତାଙ୍କୁ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିବା ନେଇ ନିରଞ୍ଜନଙ୍କ ବିରୋଧରେ ବିଷ ଉଦାଗାରିଛନ୍ତି ଦଳର ବହୁ ପୁରୁଖା ନେତା. ଏମିତିକି ପିପିଲିର ଯୁଧିଷ୍ଟିର ସାମନ୍ତରା, ବଡଚଣାର ସୀତାକାନ୍ତ ମହାପାତ୍ର ଏବଂ ବେଗୁନିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ଟିକେଟ ପାଇବା ପରେ ବି ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ. ଟିକେଟ ପାଇଁ ନିରଞ୍ଜନ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଭଳି ସଙ୍ଗୀନ ଅଭିଯ଼ୋଗ ଆଣିଥିଲେ ଯ଼ୁଧିଷ୍ଠିର. ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନିରଞ୍ଜନଙ୍କ ପାଇଁ ଦଳ ଛାଡିଥିବା କହିଥିଲେ. ତେବେ ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ଅସନ୍ତୋଷ ବଢୁଥିବା ଏବଂ ନିରଞ୍ଜନଙ୍କ ବିରୋଧରେ ଦଳ ଭିତରେ ଆକ୍ରୋଶ ତୀବ୍ର ହେଉଥିବା ଦୃଷ୍ଟିରୁ ନିରଞ୍ଜନ କହିଛନ୍ତି, ପ୍ରାର୍ଥୀ ଚୟନ ଏକ ସମୂହ ନିଷ୍ପତି  ଏବଂ ଜଣେ ବି ପ୍ରାର୍ଥୀଙ୍କୁ ତାଙ୍କ ଇଚ୍ଛାରେ ଚୟନ କରି ଟିକେଟ ଦିଆଯାଇନି. ଟିକେଟ ପାଇଁ ବହୁ ଅଶାୟୀ ଥିବାରୁ କିଛି ବ୍ୟକ୍ତି ଅସନ୍ତୋଷ ହେବା ସ୍ୱାଭାବିକ ବୋଲି ସେ କହିଛନ୍ତି ।

ଧର୍ମଶାଳାରେ ପ୍ରଥମେ ଦଳ କିଷାନ ପଣ୍ଡାଙ୍କ ନାଁ ଘୋଷଣା କରିବା ଏବଂ ପରେ  ସ୍ମୁତିରେଖା ପହିଙ୍କୁ ଟିକେଟ ଦେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି.  ଜୟଦେବ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡ଼ି ଭୋଇଙ୍କ ନାମାଙ୍କନ ନାକଚ ହୋଇଯାଇଥିବାରୁ ସେଠାରେ ସ୍ୱାଧୀନ ପ୍ରାର୍ଥୀ ରାଘବ ସେଠୀଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଟିକଟ ବଣ୍ଟାକୁ ନେଇ ଦଳ ଭିତରେ ଟଣା ଓଟରା ଚାଲିଥିବା ବେଳେ ପୂର୍ବତନ ସାଂସଦ ଅଞ୍ଚଳ ଦାସ ନିଜ ସମର୍ଥକ ସହ ଆଜି ହାତ ଧରିଛନ୍ତି । ବିଜେଡି    ଓ ବିଜେପିରେ ଥିବା ସମୟରେ ଦଳ ତାଙ୍କୁ ଅଣଦେଖା କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।।

LEAVE A REPLY

Please enter your comment!
Please enter your name here