ରାଜରାସ୍ତା ପାଲଟିଯାଇଛି ପଙ୍କ କାଦୁଅ । ବର୍ଷା ପାଣିରେ ଏଠି ଏମିତି କାଦୁଅ ହୋଇଛି ଯେ, ଖାଲି ପାଦରେ ଚାଲି ଚାଲି ଯିବା ଏକ ପ୍ରକାର ଅସମ୍ଭବ । ଏନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ । ଏ କୌଣସି ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ । ଏ ହେଉଛି ଗୋପ ବ୍ଲକ ଅନ୍ତର୍ଗତ ତଳମାଳସାହିର ଦୃଶ୍ୟ । ୩ମାସ ହେଲା ଘରୁ ବାହାରି ପାରୁନାହାନ୍ତି ଗୋପ ବ୍ଲକ ତଳମାଳସାହି ଗ୍ରାମବାସୀ । ବାଧ୍ୟ ବାଧକତାରେ ଏହି ରାସ୍ତା ଦେଇ ସବୁଦିନ ପାଠ ପଢିବାକୁ ଯାଉଛନ୍ତି କୁନି କୁନି ପିଲା । ସ୍କୁଲ ପିଲାଙ୍କଠାରୁ ଆରମ୍ଭକରି ରୋଗୀ ମାନେ ରାସ୍ତା ପାଇଁ ବହୁତ କଲବଲ ହେଉଛନ୍ତି । ସ୍ଥାନୀୟ ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରି ନିରାଶ ହେବାପରେ ଗ୍ରାମବାସୀମାନେ ଆରମ୍ଭ କରିଛନ୍ତି ଏଭଳି ପ୍ରତିବାଦ । ହାତରେ ତଳି ଧରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ୫୦ ଜଣ ମହିଳା । ଏବଂ ପଙ୍କ କାଦୁଅ ରାସ୍ତାରେ ତଳି ରୋଇଛନ୍ତି । କୁଶଭଦ୍ରା ନଦୀ ବନ୍ଧ ଧାରାରେ ଯାଇଥିବା ଏହି ୨କିମି ରାସ୍ତାଟି ଏପରି ହୋଇଛି ଯେ,କାଦୁଅ ହୋଇଥିବା ଧାନ କ୍ଷେତର ଭ୍ରମ ସୃଷ୍ଟି ହେଉଛି । ତରକୋଇ ପଞ୍ଚାୟତର ୨/୩ଟି ଗାଁର ଲୋକେ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଏହା ଏବେ ସେମାନଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଏପରିକି ନିତ୍ୟ ବ୍ୟବହାର ଜିନିଷ କିଣିବା ପାଇଁ ମଧ୍ୟ ଯାଇ ହେଉନାହିଁ ।

LEAVE A REPLY

Please enter your comment!
Please enter your name here