ଯାହା କୁହାଯାଉଥିଲା, ସେଇଆ ହେଲା. ଦାମୋଦର ରାଉତ ତାଙ୍କର ଅଭିଯାନ ଆରମ୍ଭ କରିଦେଲେ. ସରକାରଙ୍କ ଗୁମର ଖୋଲିବା ଅଭିଯାନ. ଆଜି ମାହାଙ୍ଗା ନୃତ୍ତାଙ୍ଗ ଅଞ୍ଚଳରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଖୁବ୍ ଗର୍ଜନ କରିଛନ୍ତି ଦାମ ବାବୁ. ମନ୍ତ୍ରୀମଣ୍ଡଳରେ ଥିବା ବେଳେ ତାଙ୍କୁ କୁଆଡେ ଦୁର୍ନୀତି ଚାପିବା ପାଇଁ କୋଟିଏ ଟଙ୍କା ଲାଞ୍ଚ ଯଚାଯାଇଥିଲା. ନିଲମ୍ବିତ ଅଧିକାରୀ ଜଣେ ଲୋକ ପଠାଇ ଲାଞ୍ଚ ଯାଛିଥିଲେ. ସେ ନେବାକୁ ମନା କରିବାରୁ ସଂପୃକ୍ତ ବାବୁ ଜଣଙ୍କ ପାଣ୍ଡିଆନ ମହାଶୟଙ୍କୁ କହିଲେ. ପାଣ୍ଡିଆନ ବାବୁ କହିଥିଲେ, ହଉ, ସେ ମନ୍ତ୍ରୀମଣ୍ଡଳରେ ରହିଲେ ହେଲା. ତା ପରେ ପନ୍ଦର ଦିନ ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା. ଗୋଟିଏ ଅଞ୍ଜନା ପାଇଁ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା. ଏବେ କିନ୍ତୁ ଶହ ଶହ ଅଞ୍ଜନାଙ୍କୁ ବଳାତ୍କାର କରାଯାଉଛି ବୋଲି ଦାମ ବାବୁ କହିଛନ୍ତି. ମନ୍ତ୍ରୀ ପ୍ରତାପ ଜେନାଙ୍କର କିଛି ନିର୍ବାଚନ ମଣ୍ଡଳୀ ନାହିଁ ବୋଲି ସେ କହିଛନ୍ତି. ପଟ୍ଟମୁଣ୍ଡାଇରେ ଜନ୍ମ ହୋଇଥିବା ପ୍ରତାପ କଟକରେ ରହୁଛନ୍ତି. ପ୍ରତାପଙ୍କୁ ସେ ରାଜନୀତିକୁ ଆଣିଥିଲେ. ତାଙ୍କ ସୁପାରିଶରେ ବିଜୁ ପଟ୍ଟନାୟକ ଟିକଟ ଦେଇଥିଲେ. ଏବେ ସେ ମନ୍ତ୍ରୀମଣ୍ଡଳରୁ ବାହାରିବା ପରେ ନୂଆ ରାଜନୈତିକ ଦଳ ପାଇଁ ଅନେକ ପ୍ରସ୍ତାବ ଦେଉଛନ୍ତି. ମାତ୍ର କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଲେ ଦାମ.

LEAVE A REPLY

Please enter your comment!
Please enter your name here