ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ପ୍ରମୁଖ ଟ୍ରେନ୍ ରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛି ରେଳ ବିଭାଗ. ବୁଧବାର ଡିଜିପି ଆର୍. ପି ଶର୍ମାଙ୍କ ନେତୃତ୍ୱରେ ରେଳ ସୁରକ୍ଷାକୁ ନେଇ ବସିଥିବା ରାଜ୍ୟ ସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି ବୋଲି ସୂଚନା ମିଳିଛି. ରାଜ୍ୟର ପ୍ରମୁଖ ଟ୍ରେନ୍ ଗୁଡିକର ସମସ୍ତ ବଗିରେ ସିସିଟିଭି ଲଗାଯିବା ସହ ସମସ୍ତ ରେଳ ଷ୍ଟେସନରେ ବ୍ୟାଗେଜ୍ ସ୍କାନର ମଧ୍ୟ ସ୍ଥାପନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ.

LEAVE A REPLY

Please enter your comment!
Please enter your name here