ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳ । ସଲମାନ ଖାନଙ୍କ ସହ ଗୋଟିଏ ସୋଫାରେ ବସିଛନ୍ତି ରାନୁ । ଏ ହେଉଛନ୍ତି ସେଇ ରାନୁ ଯିଏ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିଲେ । ଆଉ ଆଜି ତାଙ୍କ ଭାଗ୍ୟ ବଦଳି ଯାଇଛି । ଭଗବାନ ଏମିତି ହୃଦୟ ଖୋଲିଦେଇଛନ୍ତି ଯେ, ରାନୁ ରାତାରାତି ପାଲଟି ଯାଇଛନ୍ତି ଷ୍ଟାର । ତାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ମିଳୁଛି ଦାମିକିଆ ଉପହାର । ବଲିଉଡ ଭାଇଜାନ ତାଙ୍କୁ ଗିଫ୍ଟ କରିଛନ୍ତି ୫୫ ଲକ୍ଷ ଟଙ୍କାର ଏକ ଟୁ ବିଏଚକେ ଫ୍ଲାଟ୍ । ଏମିତି ଏକ ଖବର ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏସବୁର ସତ୍ୟତା ନେଇ କୌଣସି ପ୍ରମାଣ ନାହିଁ । ଅବଶ୍ୟ ସଲମାନ ଆଗରୁ ଅନେକ ଗରିବଙ୍କୁ ସାହାର୍ଯ୍ୟ କରିଛନ୍ତି । ମୁମ୍ବାଇରେ ଫ୍ଲାଟ କିଣି ରହିବା ସାଧାରଣ ଲୋକଙ୍କ ପାଇଁ ଗୋଟିଏ ସ୍ୱପ୍ନ ଥିବାବେଳେ ରାନୁଙ୍କୁ ଏଇ ସରପ୍ରାଇଜ୍ ଗିଫ୍ଟ ଦେଇଛନ୍ତି ଭାଇଜାନ୍ । ଝୁମ୍ପୁଡି ଏବଂ ଷ୍ଟେସନରେ ରହି ଦିନ କାଟୁଥିବା ରାନୁ ଏବେ ଫ୍ଲାଟରେ ରହିବେ । ଯେଉଁଠି ଅତ୍ୟାଧୁନିକ ସବୁ ସୁବିଧା ରହିଛି ।

LEAVE A REPLY

Please enter your comment!
Please enter your name here