ଧନତେରାସରେ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରୋଜଗାର ମେଳା ମାଧ୍ୟମରେ ଆସନ୍ତା ବର୍ଷକ ମଧ୍ୟମରେ ୧୦ ଲକ୍ଷଙ୍କୁ ଚାକିରୀ ଦିଆଯିବ । ପ୍ରତି ମାସରେ ୭୫ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଷ୍ଟାଫ୍ ସିଲେକ୍ସନ କମିଶନ, ୟୁପିଏସସି , ରେଲୱେ ଏବଂ ବିଭିନ୍ନ ମନ୍ତ୍ରାଳୟରେ ଖାଲି ପଡୁଥିବା ପଦବୀ ଗୁଡିକୁ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here