ଆଜିଠାରୁ ମୟୁରଭଞ୍ଜରେ ନୂତନ ଏସ.ପି ଭାବେ ଦାୟିତ୍ୱ ନେଲେ ପରମାର ସ୍ମିଥ୍ ପୁରୁଷୋ ମଦାସ । ପୂର୍ବତନ ଏସ.ପି ଅବିନାଶ କୁମାରଙ୍କ ଠାରୁ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୧୮ ତାରିଖରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଥିଲା । ଯେଉଁଥିରେ ମୟୁରଭଞ୍ଜ ଏସପି ଅବିନାଶ କୁମାରଙ୍କ ସ୍ଥାନରେ ନୂଆପଡା ଏସ.ପି ପରମାର ସ୍ମିଥ ପୁରୁଷୋ ମଦାସଙ୍କୁ ମୟୁରଭଞ୍ଜକୁ ବଦଳି କରା ଯାଇଥିଲା । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ତଥା ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲାରେ ଯୋଗ ଦେଇଥିବା ନୂତନ ଏସ.ପି ଙ୍କୁ ସ୍ୱାଗତ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ନୂତନ ଏସ.ପି ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ମାନଙ୍କ ସହ ଏକ ଜରୁରୀ ବୈଠକ ଡକାଇ ଜିଲ୍ଲାର ଆଇନଶୃଙ୍ଖଳା ବାବଦରେ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here