ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଏକ ବସରେ ନିଆଁ ଲାଗି ଜଳି ଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଚକାଡୋଳା ନାମକ ଏକ ଘରୋଇ ବସରେ ନିଆଁ ଲାଗି ଜଳୁଥିବା ସୂଚନା ମିଳିଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିବା ଜଣାପଡ଼ିଛି । ବସରେ କୈାଣସି ଯାତ୍ରୀ ଥିବା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here