ଚାଷୀଙ୍କ ଆୟ ବୃଦ୍ଧି ଲାଗି ପାଇଲଟ ପ୍ରେଜେକ୍ଟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ସଂସ୍ଥାର ରିପୋର୍ଟକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଉନ୍ନତ ମାନର ଗ୍ୟାନ କୌଶଳ ପ୍ରୟୋଗ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୧ ହଜାର ଚାଷୀଙ୍କୁ ନେଇ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଏହି ପ୍ରକଳ୍ପର ମୂଳ ଉଦେଶ୍ୟ । ପ୍ରକଳ୍ପ ଲାଗି ସରକାର ୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ପଛୁଆ ଜିଲ୍ଲା ଭାବେ ପରିଚିତି ନବରଙ୍ଗପୁର ଜିଲ୍ଲାର ଶିକ୍ଷା, ଅପପୃଷ୍ଟି ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ଏହି ଯୋଜନା ସହାୟକ ହେବ । ପ୍ରଥମେ ଏହି ପାଇଲଟ ପ୍ରୋଜେକ୍ଟ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here