ରାତି ପାହିଲେ ଅଗ୍ର ପୂଜ୍ୟ ଶ୍ରୀ ଗଣେଷଙ୍କ ଜନ୍ମଦିନ । ଜନ୍ମ ଦିନକୁ ଯାକ ଯକମରେ ପାଳନ ପାଇଁ ସବୁଠି ପ୍ରସ୍ତୁତି ଜୋର । ହାତରେ ସମୟ କମ ଥିବାରୁ ଶ୍ରୀ ଗଶେଶଙ୍କ ଶ୍ରୀ କଳେବରକୁ ପୂର୍ଣ୍ଣରୂପ ଦେଉଛନ୍ତି ପ୍ରଭାତି । ମୂଣ୍ଣୟ ମୂର୍ତ୍ତିକୁ ଜୀବନ୍ତ କରିବାକୁ ମନ ଲଗାଇ ଲାଗିପଡିଛନ୍ତି ପ୍ରଭାତି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟରେ ରଖି ଭଳିକି ଭଳି ମାଟି ମୂର୍ତ୍ତି ତିଆରି କରୁଛନ୍ତି ପ୍ରଭାତି । ମାଟି ମୂର୍ତ୍ତି ଗଢିବାରେ ପ୍ରଭାତିଙ୍କୁ ସାହର୍ଯ୍ୟ ସହଯୋଗ କରନ୍ତି ସ୍ୱାମୀ ବସନ୍ତ ବେହେରା । ପିଲାଦିନୁ ଚିତ୍ରକଳା ପ୍ରତି ଆଗ୍ରହ ଥିବା ପ୍ରଭାତିଙ୍କର ସ୍ୱପ୍ନ ସତ ହୋଇଥିବା କହିଛନ୍ତି ପ୍ରଭାତି ଦୀର୍ଘ ୨୦ ବର୍ଷ ଧରି ମାଟିରେ ବିଭିନ୍ନ ପର୍ବ ପର୍ବାଣିରେ ତଅପୋଇ, ଗଣେଶ , ଦେବୀ, ଆଦି ବିଭିନ୍ନ ମାଟି ମୂର୍ତ୍ତି ବିକ୍ରି କରି ଗୋପ, କୋଣାର୍କ ସମେତ ଜିଲ୍ଲା ବାହାରେ ପ୍ରଭାତୀ ଅପା ନାଁରେ ବେଶ୍ ପରିଚିତ । ନିଜର ପାରିବାରିକ ଜଞ୍ଜାଳ ଭିତରେ ରହି ମଧ୍ୟ ମୂର୍ତ୍ତି ଗଢିବାରେ ସିଦ୍ଧ ହସ୍ତ ପ୍ରଭାତୀ ଅପାଙ୍କର ଏହା ଏକ ମୁଖ୍ୟ ବ୍ୟବସାୟ । ଚଳିତ ବର୍ଷ ୮୦ଟି ଗଣେଷ ମୂର୍ତ୍ତି କରିଛନ୍ତି ପ୍ରଭାତି ।୩ ହଜାରରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରେଟ ରହିଛି । ଗଣେଶ ପୂଜା ଅବସରରେ ପୁରୀ, ପିପିଲି, ନିଆଳି, କାକଟପୁର, ଜଟଣୀ ପ୍ରଭୁତି ଅଞ୍ଚଳର ଲୋକମାନେ ଏଠାକୁ ଆସିଥାନ୍ତି । ଖାଲି ସେତିକି ନୁହେଁ ମୂର୍ତ୍ତି ପାଇଁ ଆସୁଥିବା ଗ୍ରାହକଙ୍କୁ ପ୍ରଭାତି ଭଲ ବ୍ୟବହାର ଦେଖାନ୍ତି ବୋଲି ଆସୁଥିବା ଲୋକମାନେ କହିଛନ୍ତି । ବିନା କଳା ଶିକ୍ଷାରେ ବିନା ସରକାରୀ ଅନୁଦାନ ମାଟି ମୂର୍ତ୍ତି ଗଢି ପରିବାର ପ୍ରତି ପୋଷଣ କରିବା ସହ ୨ ପିଲାଙ୍କୁ ପାଠ ପଢାଇ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଭାତି

LEAVE A REPLY

Please enter your comment!
Please enter your name here