ହ୍ୱାଟର୍ସଅପରୁ ପ୍ରେମ ଆଉ ତାପରେ ଶାରୀରିକ ସମ୍ପର୍କ । ଏବେ ବିବାହ କରିବାକୁ ଯୁବତୀ ଅଡି ବସିବା ପରେ ଥାନା ପରିସରରେ ଅମାନୁଶିକ ଆକ୍ରମଣ । ଏହି ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ସେଶଖାଲ ଥାନା ପରିସରର । ପ୍ରତାରିତା ପ୍ରେମିକାକୁ ପ୍ରେମିକର ପରିବାର ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ସେଶଖାଲ ଥାନା ପୋଲିସର ଉପସ୍ଥିତିରେ ପ୍ରେମିକା ଓ ତା ମା ବାପାଙ୍କୁ ଆକ୍ରମଣ କରାଯାଇଛି । ଫଳରେ ଯୁବତୀକୁୁ ଜେମାଦେଇ ପେଣ୍ଠ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ପ୍ରେମ ସମ୍ପର୍କକୁ ନେଇ ଗତ ୨୯ ତାରିଖ ଦିନ ସେଶଖାଲ ଥାନାରେ ପ୍ରେମିକ ଧିରେନ ପଟ୍ଟନାୟକୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଉଭୟ ପରିବାରକୁୁ ପୁଲିସ ଥାନାକୁ ଡାକି ବୁଝାସୁଝା କରୁଥିବାବେଳେ ଧିରେନର ପରିବାର ଲୋକେ ହଠାତ ରାଗି ଯାଇ ପ୍ରେମିକା ଓ ତାଙ୍କ ମା ବାପାଙ୍କୁ ଆକ୍ରମଣ କରିଥିଲେ । ୨୦୧୭ ମସିହାରେ ଝାଡଖଣ୍ଡ ତୁମକା ଥାନା ଅନ୍ତର୍ଗତ ରସିକପୁର ଗ୍ରାମର ଯୁବତୀ ରାୟଗଡାର ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ । ସେହି ସମୟରେ କଲେଜରେ ଅଧ୍ୟାପକ ଧିରେନ କୁମାର ପଟ୍ଟନାୟକ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିବା ଅଭିଯୋଗ ହୋଇଛି । ଇଂଜିନିୟରିଂ ପାଠ ଶେଷ ହେବା ପରେ ମଧ୍ୟ ଅଧ୍ୟାପକ ଜଣଙ୍କ ଯୁବତୀଙ୍କୁ ରାୟଗଡା ସହରର ଏକ ଭଡା ଘରେ ରଖିଥିଲେ । ପରେ ଯୁବତୀ ଜଣକ ବାହା ହେବାକୁ କହିବାରୁ ଧିରେନ ମନା କରି ଦେଇଥିଲା । ପରିବାର ଲୋକ ଅଧ୍ୟାପକ ଧିରେନ ରହୁଥିବା ପିତାମହଲ ଗ୍ରାମର ଘର ଆଗରେ ଧାରଣା ଦେବା ସହ ସେଶଖାଲ ଥାନାରେ ଅଭିଯୋଗ କରିଥିଲେ । ତେବେ ପ୍ରେମ ସମ୍ପର୍କ ରହିଥିବା କଥାକୁ ଧିରେନ ସ୍ୱିକାର କରିଥିବାବେଳେ ମତେ ଯୁବତୀ ଜଣଙ୍କ ଫସେଇ ଦେବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ଅଧ୍ୟାପକ । ଅନ୍ୟପଟେ ଏହି ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here