ଆସନ୍ତାକାଲି ଠାରୁ ସାରା ଦେଶରେ ନୂତନ ସଡକ ପରିବହନ ନୂଆ ଆଇନ ଲାଗୁ ହେବାକୁ ଯାଉଛି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ ବଢିଲା ବହୁଗୁଣ ଜରିମାନା ତଣ୍ଡ। ଏହି ନୂତନ ନିୟମ ଅନୁସାରେ ଯଦି ଆପଣମାନେ ଟ୍ରାଫିକ୍ ନିୟମକୁ ଅବମାନନା କରନ୍ତି ତେବେ ଆପଣଙ୍କୁ ୧୦ଗୁଣା ଜରିମାନା ଦେବାକୁ ପଡିବ। ତେବେ ଜାଣି ରଖନ୍ତୁ ରାତି ପାହିଲେ ଆପଣଙ୍କ ଉପରେ ଟ୍ରାଫିକର ନୂତନ ନିୟମର କଣ ପଡିବ ପ୍ରଭାବ। ନୂତନ ନିୟମ
୧-ଦ୍ରୁତ ଗତିରେ ଗାଡି ଚଳାଇଲେ ଜରିମାନା ୪ଶହରୁ ବଢି ୨ହଜାର ହେଲା।
୨-ଯାତ୍ରୀବାହୀ ଗାଡି ଦ୍ରୁତ ଗତିରେ ଚଳାଇଲେ ଜରିମାନା ୪ହଜାର
୩- ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ଜରିମାନା ୧୦ ହଜାର।
୪-ଟ୍ରାଫିକ ସିଗ୍ନାଲ ଅମାନ୍ୟ କଲେ ଜରିମାନା ୧୦ ହଜାର।
୫-ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ୧୦ ହଜାର।
୬-ନୋ ଓଭୋରଟେକିଂ ଜୋନରେ ଓଭରଟେକିଂ କଲେ ଜରିମାନା ୧୦ ହଜାର।
୭-କାରରେ ସିଟ ବେଲ୍ଟ ବାନ୍ଧି ନଥିଲେ ଜରିମାନା ୧ହଜାର।
୮-୧୪ ବର୍ଷରୁ ସାନ ପିଲାଙ୍କୁ ସେଫଟି ବେଲ୍ଟ ନବାନ୍ଧି ନେଲେ ୧ହଜାର।
୯-ବାଇକରେ ୨ରୁ ଅଧିକ ଲୋକ ବସିଲେ ଜରିମାନା ୧ ହଜାର।
୧୦-ବାଇକ ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ନପିନ୍ଧିଲେ ୧ହଜାର।
୧୧-ଆମ୍ବୁଲାନ୍ସ / ଅଗ୍ନିଶମ ଗାଡିକୁ ସାଇଡ୍ ନଦେଲେ ଜରିମାନା ୧୦ ହଜାର।
୧୨-ନିଷିଦ୍ଧାଞ୍ଚଳରେ ବିନା କାରଣରେ ହର୍ଣ୍ଣ ବଜାଇଲେ ୨ହଜାର।

LEAVE A REPLY

Please enter your comment!
Please enter your name here