ଆଜି ପବିତ୍ର ଗୁରୁ ଦିବସ । ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ୧୩୧ ତମ ଜନ୍ମ ଜୟନ୍ତି । ଏହି ଅବସରରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଆଜି ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଆଜିର ଏହି ପବିତ୍ର ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଏହା ସହିତ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କର‌୍ୟ୍ୟକ୍ରମମାନ ମଧ୍ୟ ଆୟୋଜନ କରିଛନ୍ତି । ୧୮୮୮ ସେପ୍ଟେମ୍ବର ୫ ରେ ତାମିଲନାଡୁର ତିରୁଟ୍ଟନୀରେ ଗୋଟିଏ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ରାଧାକ୍ରିଷ୍ଣନ । ସେ ଦାରିଦ୍ର‌୍ୟ କୁ ଅତି ନିକଟରୁ ଦେଖିଥିବାବେଳେ ତାଙ୍କ ଚାକିରିକାଳ ମଧ୍ୟରେ ନିଜ ବେତନକୁ କିଛି ଭାଗ ମେଧାବୀ ଗରିବ ଛାତ୍ରଙ୍କ ଶିକ୍ଷା ପାଇଁ ଦାନ କରୁଥିଲେ । ସେ ଜଣେ ଉତମ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ଏହା ସହିତ ସେ ଏକାଧାରରେ ଜଣେ ଦାର୍ଶନିକ ସହ ଉତ୍ତମ ଶିକ୍ଷାଦାତା ଭାବରେ ଜଣାଶୁଣା ଥିଲେ । ଆମ ସମାଜରେ ଗୁରୁ-ଶିଷ୍ୟଙ୍କ ସମ୍ପର୍କ ବହୁ ପୁରାତନ ହୋଇଥିବାବେଳେ ଶିକ୍ଷକଙ୍କୁ ମାର୍ଗ ଦର୍ଶକ ଭାବରେ ଗ୍ରହଣ କରାଯାଇଥାଏ । ପ୍ରତ୍ୟେକ ଛାତ୍ରର ଜୀବନରେ ଜଣେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସୁନାଗରିକ ଗଠନ କରିବାରେ ଜଣେ ଗୁରୁଙ୍କର ଅବଦାନ ଅତୁଳନୀୟ । ତେଣୁ ତାଙ୍କର ଜନ୍ମ ଦିବସକୁ ସେ ଦେଶର ଶିକ୍ଷକମାନଙ୍କୁ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ରାଧାକ୍ରିଷ୍ଣନଙ୍କର ଜନ୍ନତିଥିକୁ ଜାତୀୟସ୍ତରରେ ୧୯୬୨ ମସିହା ପରଠାରୁ ପାଳନ ହୋଇ ଆସୁଛି ।

LEAVE A REPLY

Please enter your comment!
Please enter your name here