ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେତା । ଶ୍ରୀମନ୍ଦିର ଚର୍ତ୍ତୁପାଶ୍ୱ ଭଙ୍ଗା କାର୍ଯ୍ୟ ଜାରି ରହିଥିବାବେଳେ ଏହାକୁ ନେଇ ବଢୁଥିବା ବିରୋଧ ସହ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ ଆମିକସ କ୍ୟୁରି । ଏହି ସମୟରେ ସେ ପୁରୀ ଜିଲ୍ଲା ପ୍ରଶାସନ ସହ ମନ୍ଦିର ପ୍ରଶାସନ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଭଙ୍ଗା ହୋଇଥିବା ଏବଂ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠର ମହନ୍ତଙ୍କ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିପାରନ୍ତି । ଏଠାରୁ ଅନୁଧ୍ୟାନ ସାରି ସୁପ୍ରିମକୋର୍ଟକୁ ରିପୋର୍ଟ ଦେବେ ଆମିକସ କ୍ୟୁରି । ସେପଟେ ପୁରୀ ପାଇଁ ତିନୋଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ତିନୋଟି ପ୍ରକଳ୍ପ ହେଲା, ଐତିହ୍ୟ ସୁରକ୍ଷା ଜୋନ, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପ । ପୁରୀ ଐତିହ୍ୟ ଜୋନ ପ୍ରକଳ୍ପରେ ଶ୍ରୀମନ୍ଦିର ୭୫ ମିଟର ଅଞ୍ଚଳ ମଧ୍ୟରେ ଏହାର ପବିତ୍ର ଭୌଗଳିକ ଅବସ୍ଥିତି ବିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତ୍ତି , ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବୃକ୍ଷଲତା, କଳା ସ୍ଥାବତ୍ୟ ଓ ଭୋଗକ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁର୍ନବିନାଶ କରାଯିବ ।

LEAVE A REPLY

Please enter your comment!
Please enter your name here