ଚନ୍ଦ୍ରାଯାନ ୨ର ଫଳାଫଳକୁ ନେଇ ଏବେବି ଲାଗି ରହିଛି ଉତ୍କଣ୍ଠା । ଦେଶବାସୀ ଏବେ ଇସ୍ରୋର ବିଧିବଦ୍ଧ ଭାବେ ଘୋଷଣା ଅପେକ୍ଷାରେ ରହିଛନ୍ତି । ଅବତରଣର ଶେଷ ମୂହୁର୍ତ୍ତରେ ହିଁ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା । ଇସ୍ରୋ ଅଧକ୍ଷ୍ୟଙ୍କ ସୂଚନା ଅନୁସାରେ, ଚନ୍ଦ୍ର ପୃଷ୍ଟରୁ ୨ ଦଶମିକ ୧ କିଲୋମିଟର ଦୂରତା ଯାଏଁ ଲ୍ୟାଣ୍ଡର ବିକ୍ରମ ସ୍ୱାଭାବିକ ଯାଏଁ କାର୍ଯ୍ୟ କରିଥିଲା । ତେବେ ତା ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମରୁ କୌଣସି ସୂଚନା ନମିଳିବାରୁ ବୈଜ୍ଞାନିକମାନେ ସାରା ରାତି ତଥ୍ୟ ପାଇବା ପାଇଁ ଅପେକ୍ଷା କରିଥିଲେ । ଲ୍ୟାଣ୍ଡିଂ ବିଫଳ ହୋଇଥିଲେ ମଧ୍ୟ ଗତ ସେପ୍ଟେମ୍ବର ୧ରେ ଅରବିଟର ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇଥିବାରୁ ଚନ୍ଦ୍ରଯାନ ମିଶନ ୨କୁ ଆଶିଂକ ସଫଳତା ମିଳିଛି । ଲ୍ୟାଣ୍ଡିଂରେ ଶେଷ ସମୟରେ ହିଁ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା । ଆଶା ଆଶଙ୍କାରେ ରହିଥିଲେ ଇସ୍ରୋ ବୈଗ୍ୟାନିକ ଏପରିକି କଣ୍ଟ୍ରୋଲ ରୁମରୁ ବରିଷ୍ଠ ଅଧିକାରୀମାନେ ଏନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରୋ ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ଦେବା ବେଳେ ତାଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଆଉ ଏହାପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳିଯାଇଥିଲା । ଅବଶ୍ୟ ବୈଗାନିକ ମାନେ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ ପାଇଁ ବେଶ୍ ପ୍ରୟାସ କରିଥିଲେ । ଆଉ ଏବେ ଇସ୍ରୋର ମିଶନ ମୁନର ରେଜଲ୍ଟକୁ ନେଇ ଦେଶବାସୀ ଚାହିଁ ରହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକଙ୍କୁ ଉତ୍ସାହିତ କରିଛନ୍ତି. ଆଗକୁ ଆହୁରି ସଫଳତା ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି । ଚନ୍ଦ୍ରକୁ ଛୁଇଁବା ପାଇଁ ଆମର ପ୍ରୟାସ ଆହୁରି ଦୃଢ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here