ଆଜି ମଧ୍ୟରାତ୍ରୀରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨ । ୬୪ଛାତ୍ରଛଅତ୍ରୀଙ୍କ ସହ ସିଧାପ୍ରସାରଣ ଦେଖିବେ ମୋଦୀ । ଆଜି ରାତ୍ରୀ ୧ଟା୩୦ରୁ ୨ଟା୩୦ ମଧ୍ୟରେ ହେବ ଲ୍ୟାଣ୍ଡିଙ୍ଗ୍ ।୧୪୭୧କିଲୋ ବିଶିଷ୍ଟ ବିକ୍ରମ ଲ୍ୟାଣ୍ଡିଙ୍ଗ୍ ସମୟ ହେଉଛି ମିଶନର ସବୁଠାରୁ କଠିନ ସମୟ । ଲ୍ୟାଣ୍ଡିଙ୍ଗ୍ ସଫଳ ହଲେ ଏହା ଚନ୍ଦ୍ରପୃଷ୍ଠରେ ପହଂଚିଥିବା ୪ର୍ଥ ରାଷ୍ଟ୍ରଭାବେ ପରିଗଣିତ ହେବ । ଦୁଇଦିନ ଧରି ଚନ୍ଦ୍ର ଚତୁଃପାଶ୍ୱର୍ରେ ୩୫ କିମି ଉଚ୍ଚରୁ ବୁଲୁଥିବା ଭାରତର ଚନ୍ଦ୍ରଯାନ -୨ ୬ ଓ ୭ ସେପ୍ଟେମ୍ବର ମଧ୍ୟ ରାତ୍ରୀରେ ଚନ୍ଦ୍ରପୃଷ୍ଟରେ ଅବତରଣ କରିବ । ଲ୍ୟାଣ୍ଡିଙ୍ଗ ସମୟରେ ଇସ୍ରୋର ବୈଗ୍ୟାନିକଙ୍କ ସହିତ ସମସ୍ତଙ୍କ ହୃଦସ୍ପନ୍ଦନ ବଢିଯିବ । ୯୭୮କୋଟି ବିନିଯୋଗରେ ହୋଇଥିବା ଏହି ମିଶନ ଉପରେ ଭାରତ ସମେତ ଅନ୍ୟ ଦେଶମାନଙ୍କ ମଧ୍ୟ ନଜର ରହିଛି ।୧୪୭୧ କିଲୋ ବିଶିଷ୍ଟ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଙ୍ଗ୍ ସଫଳ ହେଲେ ଚନ୍ଦ୍ରପୃଷ୍ଟରେ ପହଂଚିଥିବା ଭାରତ ଚତୁର୍ଥ ରାଷ୍ଟ୍ର ହୋଇପାରିବ । ଏଯାଏଁ ଚନ୍ଦ୍ରରେ ଆମେରିକା ରଷ୍,ଚୀନ ଚନ୍ଦ୍ରଯାନ ଓହ୍ଲାଇ ପାରିଛନ୍ତି । ବେଙ୍ଗାଲୁର ସ୍ଥିତ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାର ବୈଗ୍ୟାନିକ କହିଛନ୍ତି ସାରା ଭାରତ ଏହାର ଗତିବିଧି ଉପରେ ନଜର ରଖିବ ।

LEAVE A REPLY

Please enter your comment!
Please enter your name here