ନିଧୁର୍ମ ଛେଚା ଖାଇଲେ ରୋଡ ରୋମିଓ । ଭୁବନେଶ୍ୱର ଜିଜିପି କଲୋନିର ଅଞ୍ଚଳରେ ଏହି ମାଡମରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତ ରବିବାର ଏହି ଘଟଣା ଘଟିଥିଲା । ଜିଜିପି କଲୋନି ଅଞ୍ଚଳରେ ଦୁଇ ଯୁବକ ଯୁବତୀଙ୍କୁ କମେଣ୍ଟ ମାରିବା ସହ ପିଛା କରିଥିଲେ । ମାତ୍ର କମେଣ୍ଟମରା ଘଟଣାରେ ବିଚଳିତ ହୋଇନଥିଲେ ଯୁବତୀ । ଦୁଇ ରୋମିଓଙ୍କୁ ବୁଦ୍ଧି ଶିଖେଇବା ପାଇଁ ମନସ୍ଥ କରିଥିଲେ । କମେଣ୍ଟ ମାରିବାର କିଛି ସମୟ ପରେ ଦୁଇ ଯୁବକଙ୍କୁ ରାସ୍ତା ଉପରେ ବହେ ଛେଚିଥିଲେ ଯୁବତି । କେବଳ ସେତିକି ନୁହେଁ ରାସ୍ତା ଉପରେ ମାଡ ମାରି ଉଠବସ୍ ମଧ୍ୟ କରାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସାବାସ୍ ଝିଅଙ୍କ ସାହାସକୁ ସମସ୍ତେ ପ୍ରଶଂସା କରିବାରେ ଲାଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here