ଆମ୍ ଆଦମୀ ପାର୍ଟିକୁ ଆଉ ଏକ ବଡ ଝଟକା ଲାଗିଛି। ସାମ୍ବାଦିକ ଆଶୁତୋଷ ଗତକାଲି ଟ୍ୱିଟର ଜରିଆରେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। କିନ୍ତୁ ତାଙ୍କୁ ରାଜ୍ୟସଭା ପାଇଁ ଦଳ ସାଂସଦ ଭାବେ ନପଠାଇବା ହେତୁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି। ଆଶୁତୋଷ ଟ୍ୱିଟରେ କହିଛନ୍ତି ଯେ, ସବୁ ଯାତ୍ରାର ଏକ ଅନ୍ତ ରହିଥାଏ। ଆମ୍ ଆଦମୀ ପାର୍ଟି ସହ ତାଙ୍କର ଯାତ୍ରା ଭଲ ଥିଲା ଏହାର ମଧ୍ୟ ଅନ୍ତ ହୋଇଛି। ସେ ଦଳରୁ ଇସ୍ତଫା ଦେବା ସହ ପିଏସିକୁ ଏହା ସ୍ୱିକାର କରିବା ପାଇଁ ଅପିଲ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।