ଇଂଲଣ୍ଡ ବିରୁଦ୍ଧରେ ୫ଟି ଟେଷ୍ଟ ମ୍ୟାଚ ସିରିଜରେ ଟିମ ଇଣ୍ଡିଆ ୦-୨ରେ ପଛରେ ଚାଲୁଛି। ଶାସ୍ତ୍ରୀଙ୍କୁ ଏହି ମାମଲାରେ ମୁହଁ ଖୋଲିବାକୁ ହେବ ବୋଲି ହରବଜନ କହିଛନ୍ତି। କାରଣ ହାରିବାରେ ତାଙ୍କର କିଛି ଦାୟିତ୍ୱ ରହିଛି। ଶାସ୍ତ୍ରୀ ଗସ୍ତ ପୂର୍ବରୁ କହିଥିଲେ କି ତାଙ୍କ ଟିମ୍ କୌଣସି ଜିନିଷକୁ ଡରେ ନାହିଁ ଏବଂ ସର୍ବଶ୍ରେଷ୍ଠ ଟୁରିଙ୍ଗ ଟିମ୍ ହେବା ପାଇଁ ତାଙ୍କ ଟିମ୍ ସକ୍ଷମ। ଗଣମାଧ୍ୟମରେ ହରବଜନ କହିଛନ୍ତି କି, ଆଜି ହେଉ କି କାଲି ଶାସ୍ତ୍ରୀଙ୍କୁ ଆଗକୁ ଆସି କହିବାକୁ ପଡିବ। ସେ ସମସ୍ତଙ୍କ ପାଇଁ ଉତ୍ତରଦାୟୀ। ଯଦି ଭାରତ ଏହି ସରିଜରେ ହାରିଯାଏ ତେବେ ତାଙ୍କୁ ତାଙ୍କର ଶଦ୍ଦକୁ ଭୁଲି ଅନ୍ୟମାନଙ୍କୁ ମନେଇବାକୁ ପଡିବ।

LEAVE A REPLY

Please enter your comment!
Please enter your name here