କିଏ ରାସ୍ତାରେ ଡେଉଁଛି ତ ଆଉ କିଏ ଗୁରୁଣ୍ଡୁଛି । ଆଉ କିଏ ତଳେ ପଡି ଗଡିଯାଉଛି । ଏ ଦୃଶ୍ୟ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସାନଜୋହେଲା ଗାଁର । ଯୁବତୀ ମାନଙ୍କର ଏପରି ଅସ୍ୱାଭାବିକ ଆଚରଣ କାହିଁକି । ଗୁଣି ଗାରେଡି ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିବାବେଳେ ଏମାନେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହିଛନ୍ତି । ସାନଜୋହେଲା ଗାଁରେ ୫ରୁ ୭ଜଣ ମହିଳା ଓ ଯୁବତୀ ଗତ ଦୁଇ ମାସ ହେବ ଏପରି ଅସ୍ୱାବିକ ବ୍ୟବହାର କରୁଛନ୍ତି । ଗ୍ରାମବାସୀମାନେ ଗୁଣି ଗାରେଡି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରୁଛନ୍ତି । ଅନ୍ୟପଟେ ଏପରି ଆଚରଣ ଦେଖାଉଥିବା ମହିଳା ଓ ଯୁବତୀଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲେ ମଧ୍ୟର ବ୍ୟବହାରରେ ପରିବର୍ତ୍ତନ ଆସି ନାହିଁ । କୌଣସି ତନ୍ତ୍ରମନ୍ତ୍ର ହୋଇ ନାହିଁ । ଏମାନେ ମାନସିକ ରୋଗର ଶୀକାର ହୋଇଥିବା ଖଡ଼ିଆଳ ଡାକ୍ତର କହିଛନ୍ତି । ଅନ୍ୟପଟେ ଗ୍ରମବାସୀ ଗୁଣିଆକୁ ଗିରଫ କରିବାକୁ ଦାବି କରି ଖଡ଼ିଆଲ ଥାନା ଘେରାଉ କରିଥିଲେ । ପୋଲିସ ତିନୋଟି ମାମଲା ରୁଜୁ କରି ତଦନ୍ତ କରୁଛି ।