କାଶ୍ମୀରର ସୋପର ଅଂଚଳରୁ ଲସ୍କର-ଇ-ତୋଏବାର ୮ ଜଣ ଆତଙ୍କବାଦୀଙ୍କୁ ସୋମବାର ଗିରଫ କରିଛି ପୋଲିସ | ପୋଷ୍ଟ୍‍ର ପ୍ରକାଶ କରି ଆତଙ୍କବାଦୀମାନେ ସ୍ଥାନୀୟ ଲୋକଙ୍କୁ ଭୟବିତ କରାଉଥିଲେ | ଗିରଫ ଆତଙ୍କବାଦୀମାନେ ହେଲେ ଐଜାଜ୍‌ ମିର୍‌, ଓମାର ମିର୍‌, ତସିଫ୍‌ ନଜର, ଇମ୍‌ତିୟାଜ୍‌ ନଜର, ଓମାର ଆକ୍‌ବର, ଫୈଜାନ ଲତିଫ୍‌, ଦାନିସ ହବିବ୍‌ ଏବଂ ସୋକତ ଅହମ୍ମଦ ମିର୍‌ । ନିକଟରେ ଜମ୍ମୁ-କଶ୍ମୀରର ସାଧାରଣ ଜନତାଜ଼ଡ୍ସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଏମାନେ ସବୁ ସକ୍ରିୟ ଥିବା ପୋଲିସ ସନ୍ଦେହ କରି ଅଟକ ରଖି ପଚାର ଜାରି ରଖିଛି | ଗିରଫ ଆତଙ୍କବାଦୀଙ୍କ ନିକଟରୁ କମ୍ପ୍ୟୁଟର୍‌ ବ୍ୟତୀତ ପୋଷ୍ଟ୍‍ର ପ୍ରକାଶ କରିବା ପାଇଁ ଆଉ ଯାହା ସବୁ ଆବଶ୍ୟକୀୟ ସାମଗ୍ରୀ ସବୁ ଉଦ୍ଧାର ହୋଇଛି ।

LEAVE A REPLY

Please enter your comment!
Please enter your name here