ନୂଆ ମୋଟର ଭେଇକିଲ୍‌ ଆକ୍ଟ ଲାଗୁ ହେବା ପରେ ଚାରିଆଡେ ଜନ ଅସନ୍ତୋଷର ଆକ୍ରୋଶ ବଢୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି | ହଠାତ ଏତେ ବଡ ତଣ୍ଡକୁ ସହଜରେ ଗ୍ରହଣ କରିପାରୁନଥିବା ସାଧାରଣ ଲୋକମାନେ ଏନେଇ ସରକାରଙ୍କୁ ଘେରିବା ସହ, ନିୟମକୁ ନେଇ କଡା ସମାଲୋଚନା ମଧ୍ୟ କରିଛନ୍ତି | ଏଥିରୁ ବାଦ ଆସିନଥିଲେ ବିରୋଧୀ | ତେବେ ବଢୁଥିବା ଜନ ଆକ୍ରୋଶକୁ ଦୃଷ୍ଟିର ରଖି ରାଜ୍ୟ ସରକାର ନିଜ ଗାଡି ସମ୍ବୋଧିତ କାଗଜପତ୍ରକୁ ସଂଶୋଧନ କରିବା ନେଇ ୩ ମାସ ସମୟ ଦେଇଛନ୍ତି | ଏପରିକି ଛୁଟି ଦିନରେ ମଧ୍ୟ ଏସମ୍ପର୍କିତ ସମସ୍ତ ଅଫିସ୍‌ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଗାଡ଼ିର କାଗଜପତ୍ର କାମ କରିବାକୁ ତିନି ମାସ ସମୟ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର କାମ କରିଦିଅନ୍ତୁ । ଏଥିପାଇଁ ଛୁଟି ଦିନରେ ବି ଏ ସମ୍ପର୍କିତ କାର୍ଯ୍ୟାଳୟ ଖୋଲିବ । ଏହା ସହିତ କ୍ୟାମ୍ପ କରାଯାଇ ଲୋକଙ୍କୁ ସାହାଯ୍ୟ ମଧ୍ୟ କରାଯିବ । ଏହି ୩ ମାସ ମଧ୍ୟରେ ଲୋକଙ୍କୁ କେବଳ ସଚେତନ କରାଯିବ | କୌଣସି ପ୍ରକାରର ଫାଇନ ଆଦାୟ କରାଯିବ ନାହିଁ | ଅପରପକ୍ଷେ ସରକାରଙ୍କ ଏହି ନିୟମ ଲାଗୁ ହେବା ପରେ ବିରୋଧୀ ଆଦାୟ ହୋଇଥିବା ଜରିମାନା ଟଙ୍କା ଫେରସ୍ତ କରିବା ନେଇ ଦାବି କରିଥିଲେ, ମାତ୍ର ବିରୋଧି କରିଥିବା ଦାବିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ | ଆଦାୟ ହୋଇଥିବା ଜରିମାନା ଟଙ୍କା ଫେରସ୍ତ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସ୍ପଷ୍ଟଭାବରେ କହି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here