ତିନିମାସ ପାଇଁ ଭାରତ ଆସିଥିବା ପାକିସ୍ତାନ ବିଧାୟକ ନିଜ ସରକାରଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ | ନିଜଦେଶର ଲୋକମାନେ ଏବେ ଦୁଃଖ, ଦୁର୍ଦଶା ଓ ଅକଥନୀୟ ଯନ୍ତ୍ରଣା ଦେଇ ଗତି କରୁଥିବା କହିଛନ୍ତି ବିଧାୟକ | ତାଙ୍କର ଏହି ବୟାନ ଏବେ ଦୁଇ ଦେଶ ମଧ୍ୟରେ ସୃଷ୍ଟି କରିଛି ଚାଞ୍ଚଲ୍ୟ |ନିଜ ଦେଶକୁ ମହାନ ଓ ନିଜ ଶାସନକୁ ନେଇ ଗର୍ବ କରୁଥିବା ପାକିସ୍ତାନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନଙ୍କ ଅସଲ ଚେହେରା ଏବେ ପଦାରେ ପଡିଛି | ବିଶ୍ୱ ଦରବାରରେ ଭାରତ ସରକାର ଙ୍କୁ ଛୋଟ ଦେଖେଇବା ପାଇଁ ଗୋଟିଏ ବି ସୁଯୋଗ ହାତ ଛଡା କରିନଥିବା ପାକିସ୍ତାନ ସରକାର ଏବେ ନିଜ ଜନତାଙ୍କ ନଜରରେ ତଳକୁ ଖସି ଆସିଛନ୍ତି | ଏଭଳି ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ବିଧାୟକ ତହରିକ-ଏ-ଇନ୍ସାଫର ବଳଦେବ କୁମାର | ପାକିସ୍ତାନରେ ଏବେ ଶିଖ ଓ ହିନ୍ଦୁ ଅସୁରକ୍ଷିତ | ଏପରିକି ସେ ଆଉ ପାକିସ୍ତାନ ଫେରିବାକୁ ଚାହୁଁନଥିବା କହିଛନ୍ତି । ବଳଦେବ ଭାରତ ସରକାରଙ୍କ ନିକଟରେ ଶରଣାର୍ଥୀ ହୋଇ ରହିବା ନେଇ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ, ବଳଦେବ ପାକିସ୍ତାନର ଜଣେ ପୂର୍ବତନ ବିଧାୟକ | ପାକିସ୍ତାନରେ ଏବେ ଅସୁରକ୍ଷିତ ମାହୋଲ ଥିବା ସେ କହିଛନ୍ତି, ପାକିସ୍ତାନରେ କେବଳ ଶିଖ ଓ ହିନ୍ଦୁ ନୁହଁନ୍ତି, ନିଜେ ମୁସଲମାନେ ମଧ୍ୟ ସୁରକ୍ଷିତ ନାହାନ୍ତି । ଆମେ ପାକିସ୍ତାନରେ ଅନେକ କଠିନ ପରିସ୍ଥିତିର ସାମ୍ନା କରୁଛୁ । ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ମୋତେ ଏହି ଦେଶର ଶରଣ ଦିଅନ୍ତୁ । ମୁଁ ଆଉ ପାକିସ୍ତାନ ଯିବିନି । ଏହାସହ ସେ କହିଛନ୍ତି ଯେ ମୋଦୀ ସରକାରଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ଦରକାର ଫଳରେ ପାକିସ୍ତାନରେ ଥିବା ହିନ୍ଦୁ ଏବଂ ଶିଖ ଅଳ୍ପସଂଖ୍ୟକମାନେ ଭାରତ ଆସିପାରିବେ । ତାଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି |

LEAVE A REPLY

Please enter your comment!
Please enter your name here