ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଦଳର ଗୋଷ୍ଠୀବଦ୍ଧ ଆଭ୍ୟନ୍ତରୀଣ କନ୍ଦଳରେ ଅସନ୍ତୋଷ ପ୍ରକାଶ କରି ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ସେ ଉତ୍ତର ମୁମ୍ବାଇରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଉର୍ମିଳା କଂଗ୍ରେସକୁ ତ୍ୟାଗପତ୍ର ଦେଇ କହିଛନ୍ତି ଯେ, ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି। ପ୍ରଥମ ଥର ମୋ ମନରେ ଇସ୍ତଫା ଦେବାର ବିଚାର ସେହି ସମୟରେ ଆସିଲା ଯେବେ କ୍ରମାଗତ ପ୍ରଚେଷ୍ଠା ପରେ ବି ତତ୍କାଳୀନ ମୁମ୍ବାଇ ଅଧ୍ୟକ୍ଷ ମିଲିନ୍ଦ ଦେଓ୍ଵଡ଼ାଙ୍କୁ ମେ ୧୬ରେ ଚିଠି ଲେଖିବା ପରେ ବି ପାର୍ଟି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଏହା ପରେ ଏହି ଚିଠିରେ ଉଲ୍ଲେଖ ଥିବା ଗୋପନୀୟ ତଥ୍ୟକୁ ସହଜରେ ମିଡ଼ିଆରେ ଲିକ୍ କରି ଦେଇଥିଲେ। ମୋର ସହିତ ଘୋର ଅନ୍ୟାୟ ହୋଇଛି। କ୍ରମାଗତ ବିରୋଧ କରିବା ପରେ ମଧ୍ୟ ପାର୍ଟି ପକ୍ଷରୁ ନା କୌଣସି ପଦକ୍ଷେପ ନିଆଯାଇଥିଲା ନା କୌଣସି ଚିନ୍ତା ପ୍ରକଟ୍ କରାଯାଇଥିଲା। କେବଳ ଏତିକି ନୁହେଁ ମୋ ଚିଠିରେ ଯେଉଁ ଲୋକଙ୍କ ନାମରେ ଅଭିଯୋଗ ଥିଲା ଓଲଟା ସେମାନଙ୍କୁ ନୂତନ ପଦରେ ଅଧିଷ୍ଠିତ କରାଗଲା।

LEAVE A REPLY

Please enter your comment!
Please enter your name here