ଆଜ୍ଞା ହଁ, ଆପଣ ଠିକ୍ ପଢିଲେ. ପିଲାମାନଙ୍କଠୁ ଆରମ୍ଭ କରି ବୟସ୍କ ଲୋକମାନେ ମଧ୍ୟ ଶରୀରର ବୃଦ୍ଧିକୁ ନେଇ ହେଉ କିମ୍ବା ଡାକ୍ଟରଙ୍କ ପରାମର୍ଶ କ୍ରମେ ସୁସ୍ଥ ଶରୀର ପାଇଁ ହର୍ଲିକ୍ସ ଖାଇଥାନ୍ତି. ଆଉ ଯେଉଁମାନେ ଶାକାହାରୀ ଥାଆନ୍ତି ସେମାନେ ହର୍ଲିକ୍ସକୁ ଏକ ପ୍ରୋଟିନ ସ୍ୱରୂପ ଭାବି ପିଇଥାନ୍ତି. ଏହାଛଡା ଆପଣ ଟିଭିରେ  ହର୍ଲିକ୍ସର ବିଭିନ୍ନ ପ୍ରକାର ବିଜ୍ଞାପନ ବାଜୁଥିବାର ମଧ୍ୟ ଦେଖିଥିବେ. ହେଲେ ବର୍ତ୍ତମାନ, ଏହା ଶାକାହାରୀ କି ମାଂସାହାରୀ ତାକୁ ନେଇ ଉପୁଜିଛି ବିବାଦ. ସରକାରଙ୍କ ଦ୍ୱାରା ହୋଇଥିବା ଏକ ସର୍ବେକ୍ଷଣରୁ ଏଥିରେ ମାଂସ ମିଶାଯାଉଥିବା ପ୍ରକାଶ ପାଇଛି. ରିପୋର୍ଟ ଅନୁସାରେ, ଡ୍ରଗ୍ ଇନସ୍ପେକ୍ଟର ବିକାଶ ସିରୋମଣି ପାଟନାରେ ହର୍ଲିକ୍ସକୁ ନେଇ ଏକ ନୋଟିସ ଜାରି କରିଛନ୍ତି ଏବଂ ସେହି ସ୍ଥାନରେ ହର୍ଲିକ୍ସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି. ମାତ୍ର ହର୍ଲିକ୍ସ ଉତ୍ପାଦ ସଂପୂର୍ଣ୍ଣରୂପେ ଶାକାହାରୀ ବୋଲି କହିଛନ୍ତି  ହର୍ଲିକ୍ସ ପ୍ରସ୍ତୁତକର୍ତ୍ତା ଗ୍ଲାସ୍କୋ ସ୍ମିଥକ୍ଲାଇନ କନଜ୍ୟୁମର. ଅନ୍ୟପଟେ  ଗ୍ଲାସ୍କୋ ସ୍ମିଥକ୍ଲାଇନ କନଜ୍ୟୁମରର ମୁଖ୍ୟ ପ୍ରବକ୍ତା କହିଛନ୍ତି ଆମେ ଡ୍ରଗ୍ ଇନସ୍ପେକ୍ଟରଙ୍କ ଠାରୁ ଏକ ନୋଟିସ ପାଇଛୁ. ହେଲେ ଆମର ସମସ୍ତ ପ୍ରଡକ୍ଟ Food Safety and Standards Actରେ ଆସୁଛି ଆଉ ଏଥିପାଇଁ ଆମକୁ ଲାଇସେନ୍ସ ମଧ୍ୟ ମିଳିଛି. ମାତ୍ର ହର୍ଲିକ୍ସରେ ମିଶିଥିବା ଭିଟାମିନ୍- ‘ଡି2’ ଓ ଭିଟାମିନ୍- ‘ଡି3’ ଉପରେ ସେ ସନ୍ତୋଷଜନକ ଉତ୍ତର ପାଇନଥିବା କହିଛନ୍ତି ଡ୍ରଗ ଇନସ୍ପେକ୍ଟର. District Drug Control Department ଦ୍ୱାରା ହୋଇଥିବା ଯାଞ୍ଚରେ ହର୍ଲିକ୍ସରେ ଥିବା ଭିଟାମିନ୍-‘ଡି’ ରେ ମାଂସ ମିଶିଥିବା ଜଣାପଡିଛି ମାତ୍ର କମ୍ପାନୀ ଏହାକୁ ମାନିବାକୁ  ନାରାଜ ଥିବା କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here