କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି | ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ | ଏହାବାଦ୍‌ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜେତା ପିଭି ସିନ୍ଧୁଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ | ସେହିପରି ରେସଲର ଭିନେଶ ଫୋଗଟ୍‌, ଟେବୁଲ ଟେନିସ୍‌ ଖେଳାଳି ମନିକା ବାତ୍ରା ଓ ମହିଳା କ୍ରିକେଟର ହରମନପ୍ରୀତ କୌରଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ମନୋନୀତ କରିଥିବା ଜଣାପଡ଼ିଛି |

LEAVE A REPLY

Please enter your comment!
Please enter your name here