ବିକ୍ରମ ସହ ଯୋଗାଯୋଗ କରିବା ନେଇ ରେଡ଼ିଓ ଫ୍ରିକ୍ବେନ୍ସି ଜରିଆରେ ହ୍ୟାଲୋ ମେସେଜ ପଠାଇଲା ନାସା | ଚନ୍ଦ୍ର ପୃଷ୍ଠରେ ପଡିଥିବା ବିକ୍ରମ ସହ ଯୋଗାଯୋଗ କରିବା ନେଇ ଇସ୍ରୋ ସହ ନାସା ଉଦ୍ୟମ କରିଛି | ନାସାର ଡ଼ିପ୍ ସ୍ପେଶ ଆଣ୍ଟିନା ହ୍ୟାଲୋ ମେସେଜ ପଠାଇଛି | ଚନ୍ଦ୍ରାୟନ -୨ ମିଶନର ଶେଷ ସୋପାନରେ ବିକ୍ରମ ସହ ବିଛିନ୍ନ ହୋଇଯାଇଥିଲା ଯୋଗାଯୋଗ | ଚନ୍ଦ୍ରପୃଷ୍ଠରୁ ୨.୧ କିମି ବାକି ଥିବା ବେଳେ ବିଛିନ୍ନ ହୋଇଯାଇଥିଲା | ସଫ୍ଟ ଲ୍ୟାଣ୍ଡିଙ୍ଗ କରିବା ପରିବର୍ତେ କ୍ରସ ଲ୍ୟାଣ୍ଡିଙ୍ଗ କରିଥିଲା ବିକ୍ରମ | ଇତିହାସ ସୃଷ୍ଟି କରିବା ପୂର୍ବରୁ ଅଧାରେ ଅଟକି ଯାଇଥିଲା ଇସ୍ରୋ | ମାତ୍ର ଇସ୍ରୋ ପୁଣି ଥରେ ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବା ନେଇ ପ୍ରୟାସ ଜାରି ରଖିଥିବା ବେଳେ ନାସା ମଧ୍ୟ ଇସ୍ରୋର ସାଥ ଦେଇଛି | ଯଦି ୨୦ କିମ୍ବା ୨୧ ତାରିଖ ମଧ୍ୟରେ ଯୋଗାଯୋଗ ନହୋଇପାରେ ତେବେ ବିକ୍ରମ ଅକାମି ହୋଇଯିବ ହୋଇଯିବ |

LEAVE A REPLY

Please enter your comment!
Please enter your name here