ରାୟଗଡା ଜିଲ୍ଲା ମୁନିଗୁଡା ମୁଖ୍ୟ ରେଳ ଫାଟକ ନିକଟରେ ଆଜି ଏକ ଟ୍ରେଲରର ବ୍ରେକ ଫେଲ ହୋଇ ରେଳ ଲାଇନ ଉପରେ ଧସେଇ ଫସିବା ଫଳରେ ମୁନିଗୁଡା ରାୟଗଡା ମଧ୍ୟରେ ଟ୍ରେନ ଚଳା ଚଳ ବାଧା ପ୍ରାପ୍ତ ହୋଇଛି । ଟ୍ରଲରଟି ବିଶାଖାପାଟଣାରୁ ଆଲୁମିନିୟମ ପାଉଡର ବୋଝେଇ କରି ଝାରସୁଗୁଡା ଅଭିମୁଖେ ଯିବା ସମୟରେ ମୁନିଗୁଡା ମୁଖ୍ୟ ରେଳ ଫାଟକ ନିକଟରେ ଟ୍ରେଲରର ବ୍ରେକ ଫେଲ ହୋଇଯାଇଥିଲା। ଏହା ଜାଣିବା ପରେ ଡ୍ରାଇଭରଙ୍କ ବୁଦ୍ଧି ଯୋଗୁଁ ବହୁ ଧନ ଜୀବନ ବଞ୍ଚି ଯାଇଛି। ଟ୍ରେଲରଟି ବ୍ରେକ ଫେଲ ହୋଇଥିବା ଜାଣି ଡ୍ରାଇଭର ଜଣକ ଗାଡିକୁ ବାଧ୍ୟ ହୋଇ ରେଳ ଧାରଣା ଆଡକୁ ବୁଲାଇ ଦେଇଥିବା ଜଣା ପଡ଼ିଛି । ଘଟଣା ପରେ ମୁନିଗୁଡା ରେଳ ବାଇ ପୋଲିସ ସହ ରେଳ କର୍ମଚାରୀ ପିହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here