ଶୀତୁଆ ସକାଳରେ ପ୍ରଥମ ଦିନରେ ପଥୋତ୍ସବର ମଜା ଉଠାଇଛନ୍ତି ରାଜଧାନୀବାସିନ୍ଦା । ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥୋତ୍ସବ । ସ୍ମାର୍ଟ ଜନପଥରେ ଲାଗିଥିଲା ଗହଳି । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଥିଲେ ଜନସାଧାରଣ । ରାଜରାସ୍ତାରେ ଖେଳକୁଦ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଲୋକେ । ବିଏମସି, ବିଡିଏ ଓ ସ୍ମାର୍ଟ ସିଟି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଆଗକୁ ହକି ବିଶ୍ୱକପ ଆସୁଥିବାବେଳେ ପଥୋତ୍ସବକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here