ପ୍ଲାଷ୍ଟିକ ଚାଉଳ, ନକଲି କ୍ଷୀର ଏବଂ ପ୍ଲାଷ୍ଟିକ ଅଣ୍ଡା ପରେ ଏବେ ପୁଣି ଥରେ ମାଲକାନାଗିରିରେ ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟୀକରଣ ମିଳି ନାହିଁ। ଆଜି ମାଲକାନାଗିରି ହାଇଟେକ୍ କଲୋନୀର ଜଣେ ବ୍ୟକ୍ତି ଅଣ୍ଡା କିଣି ଥିଲେ। କିନ୍ତୁ ଏହି ଅଣ୍ଡା ସାଧାରଣ ଅଣ୍ଡାପରି ନଥିଲା। ଏହା ଦେଖିବାକୁ ଟିକେ ଭିନ୍ନ ଥିଲା। ମିଳିଥିବା ଅଣ୍ଡାଟି ଚେପଟା ହୋଇ ଯାଉଥିଲା, ଏହାର ଆସ୍ତରଣ ଦେଖା ଯାଉଥିଲା। ଅଣ୍ଡାର କେଶର ହାତରେ ଧରିଲେ ତାହା ଝୁଲି ରହୁଥିବା ଦେଖାଯାଉଥିଲା। ତେଣୁ ଏହି ଅଣ୍ଡା ପ୍ଲାଷ୍ଟିକ ଅଣ୍ଡା ହୋଇଥିବା ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ସେହି ସମୟରେ ଏହି ପ୍ଲାଷ୍ଟିକ ଅଣ୍ଡା ନେଇ ଖାଦ୍ୟ ବିଭାଗ ପକ୍ଷରୁ କୌଣସୀ ସ୍ପଷ୍ଟୀକରଣ ମିଳି ନାହିଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା। ସମ୍ବଲପୁରରେ ପ୍ଲାଷ୍ଟିକ ଅଣ୍ଡା ଏବଂ ପ୍ଲାଷ୍ଟିକ ଚାଉଳ ଦେଖିବାକୁ ମିଳିଥିଲା। ତେବେ ଆଜିର ଘଟଣା ପରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି।