ଇଶ୍ୱର ସିନା ଦୃଷ୍ଟି ଶକ୍ତି ଛଡାଇନେଇଛନ୍ତି । ହେଲେ ତାଙ୍କ କଣ୍ଠରେ ସାକ୍ଷାତ ସରଶ୍ୱତୀଙ୍କ ଆର୍ବିଭାବ କରାଇଛନ୍ତି । ନାଁ ରୋହିଣୀ, ସ୍ୱର , ଲୟ ତାଳର ଏକ ମନମୁଗ୍ଧ ରାଗିଣୀ । ବଲାଙ୍ଗିରର ବଣ ମଲ୍ଲି ରୋହିଣୀଙ୍କ ଏହି ସଙ୍ଗିତ ସମସ୍ତଙ୍କୁ ଆକର୍ଷିତ କରୁଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଡଙ୍ଗରପଡା ଗାଁର ଦିବ୍ୟାଙ୍ଗ ଝିଅ ରୋହିଣୀ । ଏବେ ମୁରିବାହଲ ପଞ୍ଚାୟତ ସମିତି ଜୁନିୟର କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ରୋହିଣୀ । ଦୃଷ୍ଟିବାଦିତ ଏହି ଝିଅଟି ପାଖରେ ଅଛି ଆଶ୍ଚର୍ଯ୍ୟ ଚମତ୍କାର ଗୁଣ । କାହାଠୁ ଗୀତ ଶିକ୍ଷାଲାଭ କରିନାହାଁନ୍ତି କିନ୍ତୁ ତାଙ୍କ କଣ୍ଠରେ ଭରି ରହିଛି ଯାଦୁ । ନିଜେ ଠୋଲକି ବଜାଇ ସେ ଗାଉଛନ୍ତି ଚମତ୍କାର ଗୀତ । ତାଙ୍କର ଭାଇରାଲ ହେଉଥି ଏହି ଗୀତ ଯିଏ ଦେଖୁଛି ସିଏ ଚତ୍ମକାର ବୋଲି କହୁଛି । ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ରୋହିଣୀ ପିଲାଟି ବେଳୁ ସଙ୍ଗୀତ ପତି ରୁଚି ରଖିଛନ୍ତି । ହାତ ପାଖରେ ପାଖରେ ଯାହା ଥାଏ ସେଥିରେ ସେ ବାଜା ବଜାଇ ଚମତ୍କାର ଗୀତ ଗାଆନ୍ତି । ତେବେ ସଙ୍ଗୀତ ଶିକ୍ଷା ପାଇଁ ତାଙ୍କର ଆଗ୍ରହ ଥିବାବେଳେ ଅର୍ଥାଭାବରୁ ସେ ସଙ୍ଗୀତ ଶିକ୍ଷି ପାରୁନଥିବା କୁହାଯାଉଛି