ବିଦ୍ୟୁତ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ବିଦ୍ୟୁତ ସରବରାହ ବିଛିନ୍ନ ଥିବାରୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ଯୁବକ | ମୟୁରଭଞ୍ଜ ଜିଲ୍ଲା ଵାଙ୍ଗିରିପୋଷି ବ୍ଳକ ଦିଘି ପଂଚାୟତର ଦିଘି ଗାଁରେ ଘଟିଛି ଏହି ଅଘଟଣ | ମୃତକ ଅନିରୁଦ୍ଧ ବିଜୁଳି | 11କେଭି ବିଦ୍ୟୁତ ତାର ସଜାଡ଼ିବାକୁ ଯାଇ ଖୁଣ୍ଟି ଉପରେ ଚଡିଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା | ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ମାତ୍ର କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଅପରପକ୍ଷେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠେଇ ତଦନ୍ତ ଆରମ୍ଭ କରିଛି | ସେପଟେ ସେହି ଗାଁରେ ବିଦ୍ୟୁତ ବିଭଗର ଚରମ ଅବହେଳା ଦେଖିବାକୁ ମିଳିଛି । ଗାଁର କିଛି ଘରେ ତିନିଦିନ ହେଲା ବିଜୁଳି ନ ଥିଲା ବେଳେ, ବାଉଁଶ ଖୁଣ୍ଟରେ ବିଦ୍ୟୁତ ତାର ଟଣା ଯିବାର ଦେଖା ଯାଇଛି | ତେବେ ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଯୁବକର ମୃତ୍ୟୁ ହୋଇଥିବାରୁ ସଂପୃକ୍ତ କର୍ମଚାରୀ ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
ମୟୁରଭଞ୍ଜ ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here