ସପ୍ତାହେ ବ୍ୟାପି ବିଜେପି ପାଳନ କରିବ ସେବା ସପ୍ତାହ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରୁଛି ବିଜେପି | ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ । ତାପୂର୍ବରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ସେବା ସପ୍ତାହ | ଭୁବନେଶ୍ୱର ଠାରେ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପ୍ଟେମ୍ବର ୧୪ ତାରିଖରୁ ୨୦ତାରିଖ ଯାଏଁ ଏହି ସେବା ସପ୍ତାହ ପାଳନ କରାଯିବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଇଛି । ମୋଦିଙ୍କ କାର୍ଯ୍ୟଶୈଳୀ ସଂପର୍କୀତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ସାମାଜିକ ସଙ୍ଗଠନମାନଙ୍କ ସହିତ ସହଭାଗୀତରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନାତା କାର୍ଯ୍ୟକ୍ରମ ଓ ସଂକଳ୍ପ ନିଆଯିବ ।

LEAVE A REPLY

Please enter your comment!
Please enter your name here