ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ନକ୍ସଲ୍‌ ଓ ନିରାପତ୍ତା ବଳ ମୁହାଁମୁହିଁ ହୋଇଛନ୍ତି | ରବିବାର ସକାଳେ ଏହି ଗୁଳି ବିନିମୟ ହୋଇଛି | ଏହି ଗୁଳି ବିନିମୟରେ ଦୁଇ ଜଣ ନକ୍ସଲ୍‌ ପ୍ରାଣ ହରାଇଥିବା ବେଳେ, ଛଅ ଜଣ ଆହତ ହୋଇଛନ୍ତି | ମୃତ ନକ୍ସଲ୍‌ମାନଙ୍କ ଶବ ଉଦ୍ଧାର କରାଯାଇଛି | ସେମାନଙ୍କ ନିକଟରୁ ସ୍ୱଂୟକ୍ରିୟ ରାଇଫଲ୍‌ ଉଦ୍ଧାର କରାଯାଇଛି | ନକ୍ସଲବାଦୀ ଭାସ୍କରର ଆଡ୍ଡା ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା । ମେ ପହିଲାରେ ପୁଲିସ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଅନ୍ୟତମ ମାଷ୍ଟର୍‌ମାଇଣ୍ଡ୍‌ ହେଉଛନ୍ତି ଭାସ୍କର ।

LEAVE A REPLY

Please enter your comment!
Please enter your name here