ପନର୍ବାର ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ । ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲା ବାଲିମେଳା ସହର ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଭାଲୁକୁ ପୁଣି ଥରେ ଉଦ୍ଧାର କରାଯାଇଛି | ତାକୁ ଉଦ୍ଧାର କରାଯାଇ ଓଡିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲ ଅଂଚଳରେ ଛଡ଼ା ଯିବ ବୋଲି ଚିତ୍ରକୋଣ୍ଡା ବନବିଭାଗ ତରଫରୁ ସୂଚନା ମିଳିଛି । ସୂଚାନଯୋଗ୍ୟ, ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲା ବାଲିମେଳା ସହର ନିକଟ ଜଙ୍ଗଲରୁ ଭାଲୁକୁ ଉଦ୍ଧାର କରାଯାଇ ଚିତ୍ରକୋଣ୍ଡା ଘନ ଜଙ୍ଗଲରେ ମଧ୍ୟରେ ଛାଡି ଦିଆ ଯାଇଥିଲା | ମାତ୍ର ଭାଲୁଟି ଚିତ୍ରକୋଣ୍ଡା ସହର ଉପଖଣ୍ଡରେ ଉତ୍ପାତ ଆରମ୍ଭ କରିଦେଇଥିବା ବେଳେ, ଚିତ୍ରକୋଣ୍ଡାରୁ ମାଲକାନଗିରି, ଜୟପୁର ଭଳି ସହରକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବୁଲୁ ଥିବାର ଦେଖିବାକୁ ମିଳିଥିଲା | ଯାହାକୁ ନେଇ ଅଞ୍ଚଳବାସୀ ଓ ଯାତ୍ରୀମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳି ଯାଇଥିଲା | ଏନେଇ ଚିତ୍ରକୋଣ୍ଡା ବନବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଚିତ୍ରକୋଣ୍ଡା ବନପାଳଙ୍କ ନେତୃତ୍ୱରେ ପୁନର୍ବାର ଆତଙ୍କୀ ଭାଲୁଟିକୁ ଯନ୍ତା ମାଧ୍ୟମରେ କାବୁ କରାଯାଇଛି |

LEAVE A REPLY

Please enter your comment!
Please enter your name here